କଟକ ସଦର ଅଞ୍ଚଳରେ ବ୍ୟାପକ ଚୋରା ବାଲି ଚାଲାଣ

କଟକ, (ଯୁଗାବ୍ଦ ନ୍ୟୁଜ):କଟକ ଶକ୍ତି ନଗର କଂଗ୍ରେସ କାର୍ଯ୍ୟାଳୟରେ ବରିଷ୍ଠ କଂଗ୍ରେସ୍ ନେତା ତଥା କଟକ ସଦର ନିର୍ବାଚନ ମଣ୍ଡଳୀ କଂଗ୍ରେସ ର ବିଧାୟକ ପ୍ରାର୍ଥୀ ରାମ ଚନ୍ଦ୍ର ଗୋଚ୍ଛାୟତ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ କଟକ ସଦର ଅଞ୍ଚଳରେ ହେଉଥିବା ବ୍ୟାପକ ଚୋରା ବାଲି ଚାଲାଣ ସମ୍ପର୍କରେ ଆଲୋଚନା କରାଯାଇ ଉଦ୍ବେଗ ପ୍ରକାଶ କରାଯାଇଥିଲା ।କଟକ ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ବିଭିନ୍ନ ନଦୀ ଶଯ୍ୟାରୁ ସରକାର ବାଲି ଘାଟ ନିଲାମ ଦେଇ କିଛି ଅର୍ଥ ରାଜକୋଷକୁ ଆସେ ।ପୂର୍ବରୁ ଏହା ତହସିଲ ଜରିଆରେ କରାଯାଉଥିବା ବେଳେ ଗତ କିଛି ମାସ ହେବା ଏହି ବାଲିଘାଟ ନିଲାମି ପ୍ରକ୍ରିୟା କୁ ସରକାର ତହସିଲ ବଦଳରେ ଖଣି ବିଭାଗ କୁ ଦାୟୀତ୍ବ ହସ୍ତାନ୍ତର କରିଛନ୍ତି । ରାସ୍ତାଘାଟ,ଘରଦ୍ୱାର,ବନ୍ଧ ପୋଲ ଇତ୍ୟାଦି ବିଭିନ୍ନ କାର୍ଯ୍ୟ ପାଇଁ ବାଲି ଅପରିହାର୍ଯ୍ୟ ।ଏବେ ବାଲି ଘାଟ ଗୁଡ଼ିକ ର ନିଲାମି ପ୍ରକ୍ରିୟା ବନ୍ଦ ରହିଛି ।ପ୍ରତ୍ୟେକ ଦିନ ବିଭିନ୍ନ ନଦୀ ଶଯ୍ୟାରୁ ଦିନ ରାତି କିଛି ବାଲି ମାଫିଆ ମାନେ ବଡ଼ବଡ଼ିଆ ସରକାରୀ ବାବୁ ଓ କିଛି ରାଜନୈତିକ ପୃଷ୍ଠ ପୋଷକତାରେ ଶହ ଶହ ଟ୍ରିପ ବାଲି ଚୋରା ଚାଲାଣ କରାଯାଉଛି । ଫଳରେ ମାଫିଆ ମାନେ ମାଲେମାଲ ହେଉଥିବା ବେଳେ ଲୋକେ ଶୋଷିତ ହେଉଛନ୍ତି ଓ ସରକାର ଟିକସ ହରାଉଛନ୍ତି ।ଲୋକେ ଗୋଟାଏ ଟ୍ରିପ ବାଲି କୁ ୭୦୦/ଟଙ୍କା ପରିବର୍ତ୍ତେ ୧୫୦୦/ଟଙ୍କା ଦେଇ କିଣିବାକୁ ବାଧ୍ୟ ହେଉଛନ୍ତି ।ତେଣୁ ସରକାର ତୁରନ୍ତ ଚୋରା ବାଲି ଚାଲାଣ କୁ ରୋକିବା ସହିତ ବାଲି ଘାଟ ଗୁଡ଼ିକୁ ନିଲାମ ଦେଇ ଟିକସ ପାଆନ୍ତୁ ଏବଂ ଲୋକେ ସୁବିଧା ଦରରେ ବାଲି ପାଆନ୍ତୁ ବୋଲି ଦାବି କରିଛି କଂଗ୍ରେସ ।ନଚେତ୍ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଗୋଚ୍ଛାୟତ କହିଛନ୍ତି ।ଏହି ବୈଠକ ରେ ଜିଲ୍ଲା କଂଗ୍ରେସ୍ ର ପ୍ରାକ୍ତନ ଉପସଭାପତି ଶିଶିର ରଥ,ମନୋଜ ବିଶ୍ଵାଳ ଓ ରାଜେଶ୍ ସ୍ୱାଇଁ,ପିସିସି ର ପ୍ରାକ୍ତନ ସମ୍ପାଦକ ପ୍ରିୟଜିତ୍ ରାୟ କଟକ ନଗର(ଜିଲ୍ଲା)କଂଗ୍ରେସ ମୁଖ୍ୟ-ମୁଖପାତ୍ର ମାନସ ପରିଡ଼ା,ନଗର କଂଗ୍ରେସ ସାଧାରଣ ସମ୍ପାଦକ ନିର୍ମଳ ସ୍ୱାଇଁ,ଜିଲ୍ଲା କଂଗ୍ରେସ ସମ୍ପାଦକ ସଚ୍ଚିଦାନନ୍ଦ ରାଉତ,ବରିଷ୍ଠ କଂଗ୍ରେସ ନେତା ସୀତାକାନ୍ତ ପଣ୍ଡା,ନିହାର ରଞ୍ଜନ ନନ୍ଦ,ପ୍ରାକ୍ତନ କର୍ପୋରେଟର ପ୍ରଶାନ୍ତ ଭୋଇ,ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଉଗ୍ରସେନ ଭୂୟାଁ,ଙ୍କ ସମେତ ରଜନୀ ବସ୍ତିଆ,ସନ୍ତୋଷ ବିଶ୍ଵାଳ,ଜୟ ନାରାୟଣ ତ୍ରୀପାଠୀ,ୠଷି କାଣ୍ଡି,ଯୁବ ସଂଗଠକ କାଳନ୍ଦୀ ଖୁଣ୍ଟିଆ, ଯୁବନେତା ପ୍ରତ୍ୟୁଷ ସାହୁ ଓ ବିକି ଜେଠୀ, ଓ ଲିପୁଲ୍ ରାଉତ୍ ପ୍ରମୁଖ ଯୋଗଦେଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ