କଟକ ସଦର ବିଧାୟକ ଇଂ.ପ୍ରକାଶ ଚଂଦ୍ର ସେଠୀଙ୍କ ତତ୍ତ୍ଵାବଧାନରେ ଜନଶୁଣାଣି କାର୍ଯକ୍ରମ

କଟକ, (ଯୁଗାବ୍ଦ ନ୍ୟୁଜ):କଟକ ସଦର ୪୨ ମୌଜ଼ାରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ କଳପଡ଼ା କଲ୍ୟାଣ ମଣ୍ଡପ ଠାରେ ସଦର ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । କୋର କମିଟି ସଭାପତି ବରିଷ୍ଠ ରାଜନୀତିଜ୍ଞ ଇଂ.ଆଶୋକ କୁମାର ବିଶ୍ବାଳ ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ ଏବଂ ମାନ୍ୟବର ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଧିତ କରିଥିଲେ । ଏହି ଜନ ଅଭିଯୋଗ ଶୁଣାଣିରେ କଟକ ସଦର ବିଡ଼ିଓ ରୁମାନା ଜାଫ୍ରି, ଆଡିସନାଲ ତହସିଲଦାର ସୋମେନ ବିଶ୍ୱାଳ,୪୨ମୌଜ଼ା ଥାନା ଭାରପ୍ରାପ୍ତ ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା,ବ୍ଲକ କୃଷି ଅଧିକାରୀ ଜାଫନା ରାୟ,ସହକାରୀ ନିର୍ବାହୀ ଯନ୍ତ୍ରୀ କୈଳାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଜନ ଅଭିଯୋଗ ଶୁଣାଣିରେ ସମୁଦାୟ ୪୮୫ ଅଭିଯୋଗ ପ୍ରଶାସନର ହସ୍ତଗତ ହୋଇଥିଲା । ଅଭିଯୋଗ ଶୁଣାଣି ଶିବିରରେ ଆବାସ ଯୋଜନା ଓ ଭତ୍ତା ପାଇଁ ଅଭିଯୋଗର ତୁତନ୍ତ ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭତ୍ତା,ସ୍ୱାସ୍ଥ୍ୟ,ଶିକ୍ଷା,କୃଷି,ରାସ୍ତା, ପାନୀୟ ଜଳ,ଜଳ ନିଷ୍କାସନ, ବିଦ୍ୟୁତ,ସରକାରୀ ଜମୀ ଜବର ଦଖଲ ଆଦି ସମ୍ପର୍କିତ ବିଭିନ୍ନ ପଞ୍ଜିକୃତ ଅଭିଯୋଗର ଶୁଣାଣି ପରେ ତୁରନ୍ତ ସମାଧାନ ପାଇଁ ବିଭିନ୍ନ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉନ୍ନତ ଲୋକାଭିମୁଖୀ ଏହି କାର୍ଯ୍ୟକ୍ରମ ପ୍ରଶାସନ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବାର ସଫଳ ପ୍ରୟାସ ନେଇ ସମସ୍ତ ମହଲରେ ଉଚ୍ଚ ପ୍ରଶଂସା କରା ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ