କଟକ ସହରରେ କରୋନା ସଂକ୍ରାମଣ କମିଛି
କଟକ, (ଶ୍ରୀନିବାସ ରାଉତ):ବିଶ୍ବ ମହାମାରୀ କରୋନା କଟକ ସହରରେ ଗତ ସପ୍ତାହକ ମଧ୍ୟରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ହ୍ରାସ ପାଇଛି ବୋଲି ସୂଚନା ଦେଇଛନ୍ତି ସିଏମସି କମିଶନର । ଏଥି ସହିତ କଟକ ମହାନଗର ନିଗମ ଓ ଗ୍ରାମାଞ୍ଚଳରେ ଘରକୁ ଘର ଯାଇ ସର୍ଭେ କରାଯାଉଛି । ସିଏମସି କମିଶନର ଅନନ୍ୟା ଦାଶ ରବିବାର ଏହି ସୂଚନା ଦେଇଛନ୍ତି , ସଂକ୍ରମଣର ଲକ୍ଷଣ ଥିବା ଲୋକଙ୍କ ଠାରୁ ନମୁନା ସଂଗ୍ରହ କରାଯାଇ ଏହାକୁ ପରୀକ୍ଷା କରାଯାଉଛି । କରୋନା ମୁକାବିଲା ପାଇଁ ଏସସିବିରେ ଅଧିକ ଅସ୍ଥାୟୀ ଓପିଡି ପାଇଁ ଯୋଜନା କରାଯାଉଛି ।