କଟଣି ଛଟଣି ନେଇ ଗର୍ଜିଲେ ବିଧାୟକ
ବଡ଼ସାହି,(ନିରଞ୍ଜନ ମହାନ୍ତ):ସୋମବାର ଅପରାହ୍ନରେ ବଡ଼ସାହି ବିଧାୟକ ସନାତନ ବିଜୁଳି ଚାଷୀଙ୍କ ଠାରୁ ବଡ଼ସାହି ଲ୍ୟାମ୍ପ୍ ଠାରେ କାମଧେନୁ ନାମକ ମିଳର୍ ଧାନ କିଣୁ ଥିବା ବେଳେ ହଠାତ୍ ନିଜର ସାଘଠନିକ୍ ଲୋକ ସମେତ ବଡ଼ସାହି ବ୍ଲକ ବି ଡି ଓ ବନଜା ଦାସ ବଡ଼ସାହି ବ୍ଲକ ଅଧ୍ୟକ୍ଷା ମିନତୀ ସିଂ।ଉପାଧ୍ୟକ୍ଷ କାଞ୍ଚନ ପ୍ରଧାନ ଲ୍ୟମ୍ପ ପରିସରକୁ ଧସେଇ ପଶି ଧାନ କିଣା ସମ୍ପର୍କିତ ସମସ୍ତ ତଥ୍ୟ ପଚାରି ବିଝି ଥିଲେ । ଘଟଣା ଏଇୟା ଥିଲା ଯେ ବଡ଼ସାହି ବ୍ଲକ ରେ ଧାନ କିଣା ଆରମ୍ଭ ଠାରୁ ଏ ଯାବତ୍ ମିଲର୍ ମାନଙ୍କ ରାଜୁତି ଚାଲି ଥିଲା । ମନ ଇଚ୍ଛା ଯେଉଁ ଚାଷୀଙ୍କ ଠାରୁ ପାରିଲେ ୧୦- ୧୨କିଗ୍ରା କ୍ୟୁଣ୍ଟାଲ ପିଛା କାଟି ନେଲେ । ଯାହା ଫଳରେ ଚାଷୀ ମାନେ ଅତିଷ୍ଟ ହୋଇ ଅଭିଯୋଗ କରିଥିଲେ । ବିଧାୟକ।ସନାତନ ବିଜୁଳି ଚାଷୀଙ୍କ ଅଭିଯୋଗରେ ଅତି ମ୍ରିୟମାଣ ହୋଇ ପଡ଼ି ଥିଲେ । ବିଧାୟକ ସେଠାରେ ଧାନ କିଣିବାକୁ ଆସି ଥିବା କାମ ଧେନୁ ମିଳର ଲୋକଙ୍କ ଫୋନ୍ ମାଧ୍ୟମରେ କଟଣୀ ଛଟଣୀ ସଂପୂର୍ଣ୍ଣ ବନ୍ଦ ପାଇ ତାଗିଦ୍ କରିଥିଲେ ଏବଂ ବଡ଼ସାହି ବ୍ଲକର ଥିବା ।ପ୍ରତାପ ପୁର ବଡ଼ସାହି ମାଣ ତ୍ରି ଏବଂ ଭୀମ ଦା ଲ୍ୟମ୍ପ ରେ କଟ ନି ଛଟ ଣି ବନ୍ଦ ପାଇଁ ତାଗିଦ୍ କରିଥିଲେ ଏବଂ ଏହା ପାରେ ଚାଷୀ ମାନେ ଯେପରି ଏହି ସମସ୍ୟାର ସମ୍ମୁଖିନ ନ ହୁଅନ୍ତି ସେଥି ପାଇଁ ସତର୍କ ରହିବାକୁ କହି ଥିଲେ । ନୋଚେତ୍ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ଯିବ ।