କଟ୍ରିଙ୍ଗିଆ ଗ୍ରାମପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ବ୍ଲକ ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ପ୍ରତିଭା କହଁରଙ୍କ ସଭାପତିତ୍ୱରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଏହି ଗ୍ରାମ ସଭାରେ ଗ୍ରାମ ପଞ୍ଚାୟତର ୧୮ଗୋଟି ୱାର୍ଡର ସମସ୍ତ ୱାର୍ଡ ମେମ୍ବର ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।ବିଗତ ଏକ ମାସ ଧରି ଚାଲିଥିବା ଏମଜିଏନଆରଇଜିଏ କାର୍ଯ୍ୟର ୨୦୨୩-୨୦୨୪ ଆର୍ଥିକ ବର୍ଷ ପାଇଁ ନୂତନ ପ୍ରକଳ୍ପ ପାଇଁ ପଲ୍ଲୀ ସଭାରେ ସ୍ଥାନିତ ହୋଇଥିବା ପ୍ରକଳ୍ପ ଗୁଡିକର ଗ୍ରାମସଭାରେ ପାରିତ କରିବା ଏହି ଗ୍ରାମସଭା ଆୟୋଜନ କରାଯାଇଥିଲା। ଏହି ସଭାରେ ସରପଞ୍ଚ ଶ୍ରୀମତୀ କହଁର, ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ପାଣିଗ୍ରାହୀ, ଗ୍ରାମ ରୋଜଗାର ସେବକ ମନୋରଞ୍ଜନ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିସିକେଶନ ବେହେରା, ସମାଜସେବୀ ତଥା ଜିଲ୍ଲାର ଶ୍ରମିକ ନେତା ଘନ କୁମାର ଶବର, ତ୍ରିନାଥ କହଁର ପ୍ରମୁଖ ମଞ୍ଚାସିନ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ। ଶ୍ରମିକ ନେତା ଘନ ଶବର ଏମଜିଏନଆରଇଜିଏ ଆଇନ ଓ ଶ୍ରମିକ ମାନଙ୍କ ପାଇଁ ଥିବା ଶ୍ରମ ଆଇନ ବିଷୟରେ ଉପସ୍ଥିତ ଥିବା ହିତାଧିକାରୀଙ୍କୁ ବୁଝାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ