କଟ୍ରିଙ୍ଗିଆ ପଞ୍ଚାୟତରେ ୧୦ ଜଣ କରୋନା ପଜିଟିଭ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ କଟ୍ରିଙ୍ଗିଆ ଗ୍ରାମ ପଞ୍ଚାୟତରେ ଲଗାତାର ଭାବରେ ୩ ଦିନ ଧରି ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଗ୍ରାମପଂଚାୟତରେ ଗୋଷ୍ଠୀ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କର ନିର୍ଦେଶ ପତ୍ର ସଂଖ୍ୟା-୨୨୩୨,୧୯/୦୪/୨୦୨୦ ଅନୁସାରେ ସରପଂଚଙ୍କୁ ପ୍ରଦାନ କରାଯାଇଥିବା କ୍ଷମତାକୁ ବ୍ୟବହାର କରି କଟ୍ରିଙ୍ଗିଆ ପଂଚାୟତର ସରପଂଚ ଶ୍ରୀମତୀ ନମିତା କହଁର ଅଗଷ୍ଟ ମାସ ୧୫ ତାରିଖ ଦିନ ୧୧ଟାଠାରୁ ଆସନ୍ତା ୨୧ ତାରିଖ ଦିନ ୧୧ଟା ପର‌୍ୟ୍ୟନ୍ତ ସମଗ୍ର କଟ୍ରିଙ୍ଗିଆ ପଂଚାୟତକୁ ସଟଡାଉନ ଘୋଷଣା କରିିଛନ୍ତି ।ଏହି ସମୟ ଭିତରେ ସେହି ଅଂଚଳରେ ଏହାର ନିୟମକୁ କଡାକଡି ଭାବରେ ପାଳନ କରବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି ସରପଂଚ । ସୁଚନା ଯୋଗ୍ୟ ନାକୁଡିଶରୁ ଗ୍ରାମର ଜଣେ,ଶ୍ରାକି ଗ୍ରାମରୁ ୮ ଜଣ ଏବଂ କୁଟିବାରି ଗ୍ରାମର ଜଣକୁମିଶାଇ ପଂଚାୟତରେ ମୋଟ ୧୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେଥିପାଇଁ ସଦରପଂଚ ଏହି ପଦକ୍ଷେପ ନେଇଥିବା ନେଇ ଏକ ପତ୍ର ମାଧ୍ୟରେ ଏହି ନିର୍ଦେଶ ଦେଇଛନ୍ତି ।ଏହାର ଏକକିତା ନକଲ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡିଙ୍କ ସମେତ ଜିଲା ଆରକ୍ଷୀ ଅଧିକ୍ଷକ,ଫୁଲବାଣୀ ବିଡିଓ,ତହସିଲଦାର ଏବଂ ସ୍ୱାସ୍ଥ୍ୟ ବିଭାଗକୁ ପଠାଇଠାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ