କଠିନ ପରିଶ୍ରମ,ନିଷ୍ଠା ଓ ସମର୍ପଣ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିବ

ବୁଗୁଡା, (ଅନିଲ କୁମାର ମହାରଣା):ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଲିପଦର ଠାରେ ଅକ୍ଟୋବର ୨୧ ତାରିଖ ଦିନ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଭଞ୍ଜନଗର ଉପ-ଜିଲ୍ଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ଜ୍ୟୋତି ଶଙ୍କର ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାର୍ଥୀ ମାନେ କଠିନ ପରିଶ୍ରମ, ନିଷ୍ଠା ଓ ସମର୍ପଣ ଭାବରଖି ଅଧ୍ୟବସାୟ କଲେ ଜୀବନର ଲକ୍ଷ ହାସଲରେ ସାର୍ଥକତା ଆଣି ପାରିବେ ଏବଂ ଶୃଂଖଳିତ ଜୀବନ ଶୈଳୀର ସଫଳତା ପ୍ରାପ୍ତ ହୋଇ ପାରିବେ ବୋଲି ନିଜ ବକ୍ତବ୍ୟରେ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀମାନେ ସମାଜକୁ ସ୍ବଛରୂପ ପ୍ରଦାନ କରିପାରିବେ ଓ ଜାତୀୟ ସଂହତି ବଜାୟ ରହିପାରିବ ବୋଲି ସୂଚନା ପ୍ରଦାନ କରିଥିଲେ। ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ପ୍ରଧ୍ୟାପକ କୈଳାଶ ଚନ୍ଦ୍ର ସେନାପତି, ବିଭୁତି ଭୁଷଣ ବେବର୍ତ୍ତା, ସୁଶାନ୍ତ କୁମାର ପଣ୍ଡା, ସରୋଜ କାନ୍ତ ଦାସ, ଶିଶିର କୁମାର ନାୟକ ମଞ୍ଚାସୀନ ରହି ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟର ନୀତି ନିୟମ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ଶ୍ମିତାରାଣୀ ସାହୁ ଓ ସୁଜାତା କୁମାରୀ ପଟ୍ଟନାୟକ, ଏବଂ ଅଧ୍ୟାପକ ଜୟନ୍ତ କୁମାର ହୋତା, ଭାବଗ୍ରା‌ହୀ ପଣ୍ଡା, ସଞ୍ଜୟ କୁମାର ବିଷୋୟୀ, କାହ୍ନୁଚରଣ ଦାସ, ସଞ୍ଜୟ କୁମାର ପାତ୍ର, ଭାବଗ୍ରାହୀ ମହାପାତ୍ର, ପ୍ରଦ୍ୟୁମ୍ନ କୁମାର ପାଢୀ, ରଶ୍ମି ରଞ୍ଜନ ତ୍ରୀପାଠୀ, ଜ୍ଞାନଚାନ୍ଦ ଗୈ।ଡ, ସନ୍ତୋଷ କୁମାର ପରିଡା ପ୍ରମୁଖ ଯୋଗ ଦେଇଥିଲେ। ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀ ବୃନ୍ଦ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କୁ ମହାବିଦ୍ୟାଳୟ କର୍ମଚାରୀ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ମହାବିଦ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସରୋଜ କାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ