କଠିନ ଵ୍ୟର୍ଯ୍ୟଵସ୍ତୁ ପରିଚାଳନା ବୈଠକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ସଭାଗୃହ ମଧ୍ୟରେ ସ୍ଵଛ ଭାରତ ଅଭିଯାନ ଜରିଆରେ ଆଜି ଏକ କଠିନ ଵ୍ୟର୍ଯ୍ୟଵସ୍ତୁ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଵିଡିଓ ଦେଵଦତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକକୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ ଉଦଘାଟନ କରିଥିଲେ। ଏଥିରେ ସାଂସଦ ପ୍ରତିନିଧି ଲଳିତ କୁମାର ରାଉତ, ଜିଲ୍ଲା ପରିମଳ ପରାମର୍ଶ ଦାତା ରୀତା ରାଣୀ ନାୟକ, ଗୈାତମ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଦାସ ,ଜିପିଓ ମିନକେତନ ଵାରିକ, ହିସାବ ରକ୍ଷକ ଗିରିଜା ଶଙ୍କର ସାହୁ,ଏପିଓ ଜୟଶ୍ରୀ କର ପ୍ରମୁଖ ଉପସ୍ଥିତ ଥିଲେ। ବିଶେଷ କରି ସ୍ବଛ ଭାରତ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ କାର୍ଯ୍ୟକୁ ତ୍ବରାନ୍ବିତ ପାଇଁ ଅଧିକାରୀ ମାନେ ଉପସ୍ଥିତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ରେ ସମସ୍ତ ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ, ବ୍ଲକ କନିଷ୍ଠ ଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଅଧିକାରୀ,ଜିଆରଏସ,ମୋଟିଭେଟର ପ୍ରମୁଖ ଯୋଗ ଦେଇଥିଲେ । ସ୍ବଛ ଭାରତ ବ୍ଲକ ପ୍ରକଳ୍ପ ସଂଯୋଜକ ଉଦୟନାଥ ଵେଜ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।