କଠୋର ସତ୍ୟ କହିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ବିଚ୍ଛିନ୍ନାଞ୍ଚଳ ଓଡ଼ିଆଙ୍କ ପାଇଁ ଦୀର୍ଘ ୪୦ ବର୍ଷ ଧରି କାର୍ଯ୍ୟ କରୁଥିବା ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀଙ୍କ ସ୍ୱନକ୍ଷତ୍ର ଉତ୍ସବ ସୋମବାର ସନ୍ଧ୍ୟାରେ ବୁଦ୍ଧମନ୍ଦିର ସଭାଗୃହରେ ବାଗ୍ମୀ ପ୍ରଦ୍ୟୁମ୍ନ ପ୍ରଣାମ ଉତ୍ସବ ଭାବେ ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟକ ଭାବେ ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ହେବା ପରେ ମୁଖ୍ୟ ଅତିଥି ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ, ପ୍ରଦ୍ୟୁମ୍ନ ବାବୁ ଏକ ଅନନ୍ୟ ପ୍ରତିଭା । ୧୯୮୪ ମସିହାରେ ମୋର ପ୍ରଥମ ସାକ୍ଷାତ ଦିନଠାରୁ ତାଙ୍କ ବାଗ୍ମୀତାରେ ମୁଁ କେବଳ ମୁଗ୍ଧ ହୋଇନଥିଲି, ତାଙ୍କର ଓଡ଼ିଆ ପ୍ରାଣକୁ ମୁଁ ଭଲ ପାଇଥିଲି । ମାଟିକୁ ଭଲ ପାଉଥିବା ୫ଟି ପ୍ରଦ୍ୟୁମ୍ନ ଯଦି ଓଡ଼ିଶାରେ ବାହାରିବେ, ଓଡ଼ିଶାର ରାଜନୈତିକ, ସାଂସ୍କୃତିକ, ସାମାଜିକ ମାନଚିତ୍ର ବଦଳି ଯିବ । ସେ କେବଳ ଭାଷଣ ଦେଇ ଜନତାଙ୍କୁ ପ୍ରଭାବିତ କରନ୍ତି ନାହିଁ, କାର୍ଯ୍ୟ କରି ଦେଖାଇ ଦେଇଥାନ୍ତି । ଉଦ୍ଘାଟକ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ କହିଲେ ଯେ, ବାଲ୍ୟକାଳରୁ ସେ ଠାକୁର ଅଭିରାମ ପରମହଂସଙ୍କ ଆଶୀର୍ବାଦ ଲାଭ କରିଛନ୍ତି । ବିଭୁକୃପା, ସନ୍ଥକୃପା, ଗୁରୁକୃପା, ପିତୃମାତୃକୃପା ତାଙ୍କ ଜୀବନରେ ପ୍ରତିଫଳିତ ହୋଇଛି । ସତ୍ୟ ପାଇଁ ତାଙ୍କର ସଂଘର୍ଷକୁ ଓଡ଼ିଆ ଜାତି ଭୁଲିପାରିବ ନାହିଁ । ବିଶିଷ୍ଟି ସାହିତ୍ୟିକ ପ୍ରଫେସର ଦାଶ ବେନହୁର ପ୍ରଦ୍ୟୁମ୍ନ ବାବାୁଙ୍କୁ ଜଣେ ସକରାତ୍ମକ ମଣିଷ ଭାବେ ବର୍ଣ୍ଣନା କରିଥିଲେ । ସରକାରଙ୍କ ଭଲ କାମକୁ ପ୍ରଶଂସା କରିବା ବେଳେ ଭୁଲ କାର୍ଯ୍ୟକୁ କଠୋର ଭାବେ ସମାଲୋଚନା କରିଥାନ୍ତି । ସମ୍ମାନିତ ଅତିଥି ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ପୂର୍ବତନ କୁଳପତି ନରେନ୍ଦ୍ର କୁମାର ମିଶ୍ର କହିଲେ ଯେ, ଭଗବାନ ଶ୍ରୀକୃଷ୍ଣ ରୁକ୍ମୁଣୀଙ୍କୁ କଥା ଦେଇ ୧୨ ବର୍ଷ ତପସ୍ୟାର ଫଳ ସ୍ୱରୂପ ପ୍ରଦ୍ୟୁମ୍ନଙ୍କୁ ପାଇଥିଲେ । ସେହିଭଳି ପିତାମାତାଙ୍କର ଅନେକ ସଂସ୍କାରର ଫଳ ପାଇଛନ୍ତି ପ୍ରଦ୍ୟୁମ୍ନ ଶତପଥୀ । ବାଗ୍ମୀ ପ୍ରଦ୍ୟୁମ୍ନ ପ୍ରଣାମ ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ରଙ୍କୁ ପ୍ରଦ୍ୟୁମ୍ନ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ଶତପଥୀ ସମସ୍ତ ଅତିଥିଙ୍କୁ କୃତଜ୍ଞତା ଜଣାଇବା ସହ ପରମାତ୍ମା ଓ ପିତାମାତାଙ୍କର ଅଶେଷ ଆଶୀର୍ବାଦ ଓ ଆପଣମାନଙ୍କର ଭଲ ପାଇବା ଯୋଗୁ ମୁଁ ଆଜି ଏହି ସ୍ଥାନରେ ପହଞ୍ôଚ ପାରିଛି ବୋଲି କହିବା ସହ ଓଡ଼ିଶାର ମାଟି ଓ ଓଡ଼ିଆ ଅସ୍ମିତା ପାଇଁ ଶେଷ ଜୀବନ ପର୍ଯ୍ୟନ୍ତ ଲଢିବାକୁ ମାନସିକ ଭାବେ ସଂକଳ୍ପ କରିଛି ବୋଲି କହିଥିଲେ । କାର୍ଯ୍ୟକ୍ର୍ରମ ପ୍ରାରମ୍ଭରେ କବି ନାରାୟଣ ଚନ୍ଦ୍ର ଓଝା ସ୍ୱାଗତ ଭାଷଣ ଓ ସମାଜସେବୀ ବରୁଣ ରାଜ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ ମନୋଜ ଲେଙ୍କା, ଶ୍ରୀ ବଂଶୀଧର ସାହୁ ଫାଉଣ୍ଡେସନ ପକ୍ଷରୁ ମନୋଜ ସାହୁ, ଡିଏଭି ପବ୍ଲିକ ସ୍କୁଲ ଓ ସେଣ୍ଟ ଜାଭିୟର ସ୍କୁଲ ପକ୍ଷରୁ ଫୁଲତୋଡ଼ା ଓ ଉତ୍ତରୀୟ ଦିଆଯାଇ ପ୍ରଦ୍ୟୁମ୍ନ ବାବୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଡ଼ଭୋକେଟ ଶୀଳଭଦ୍ର ଶାସ୍ତ୍ରୀ, ସମାଜସେବୀ ବିଜୟ ପରିଡ଼ା, ଲକ୍ଷ୍ମଣ ମଲ୍ଲିକ ଟ୍ରଷ୍ଟ ପକ୍ଷରୁ ରିତେଶ ମଲ୍ଲିକ, କଂଗ୍ରେସ ସେବାଦଳ ପକ୍ଷରୁ ମହମ୍ମଦ ସହାଦୁଲ୍ଲା, ମହତାବ ଏକାଡ଼େମୀ ପକ୍ଷରୁ ଇଞ୍ଜିନିୟର ବିବେକାନନ୍ଦ ପାତ୍ର, ପ୍ରଦୀପ ବିଶ୍ୱାଳ ପ୍ରମୁଖ ଜନ୍ମଦିନର ଶୁଭେଚ୍ଛା ଜଣାଇ ଉତ୍ତରୀୟ ପ୍ରଦାନ କରିଥି