କଡାକଡି ଟ୍ରାଫିକ୍‌ ନିୟମ : ୨୪ ଘଣ୍ଟାରେ କୋଟିଏ ଜରିମାନା ଆଦାୟ

ଭୁବନେଶ୍ବର : ଗତକାଲିଠାରୁ ରାଜ୍ୟରେ ଟ୍ରାଫିକ୍‌ ବ୍ୟବସ୍ଥା କଡାକଡି କରାଯିବା ପରେ ମୋଟା ଅଙ୍କର ଜରିମାନା ଆଦାୟ ହୋଇଛି । ୨୪ ଘଣ୍ଟା ମଧ୍ୟରେ କୋଟିଏ ଟଙ୍କାର ଜରିମାନା ହୋଇଛି ବୋଲି ସୂଚନା ମିଳିଛି । ୬ ମାସର କୋହଳ ଅବଧି ସମାପ୍ତ ପରେ ରାଜ୍ୟରେ ଟ୍ରାଫିକ୍‌ ନିୟମ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି କ୍ରମରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ମୋଟା ରକମ ଜରିମାନା ଆଦାୟ ହୋଇଛି । ବାଇ୍‌କରେ ତିନିଜଣ ବସିବା କାରଣରୁ ୧୨୬ ଜଣଙ୍କଠୁ ଜରିମାନା ଆଦାୟ କରାଯାଇଥିବାବେଳେ ମୋବାଇଲରେ କଥା ହେବା କାରଣରୁ ୪୮ ଜଣ, ବିପରୀତ ଦିଗରେ ଡ୍ରାଇଭିଂ ପାଇଁ ୧୦ ଜଣ, ବିନା ହେଲମେଟ୍‌ରେ ୧୮୩୧ ଜଣ ଓ ମଦ ପିଇ ଡ୍ରାଇଭିଂ କରି ୨୪ ଜଣ ଧରାପଡିଛନ୍ତି । ସେହିପରି ବିନା ସିଟ୍‌ ବେଲ୍ଟରେ ୩୪୯ ଜଣ, ଦ୍ରୁତ ଡ୍ରାଇଭିଂ ପାଇଁ ୨୭୭ ଜଣଙ୍କୁ ଜରିମାନା ହୋଇଛି । ୨୪ ଘଣ୍ଟା ଭିତରେ ମୋଟ ୩୮୭୦ ଖିଲାପକାରୀଙ୍କୁ ଜରିମାନା କରାଯାଇଛି । ଆରଟିଓ ଦ୍ବାରା ୧୭୫୮ ଲକ୍ଷ ଖିଲାପକାରୀଙ୍କଠାରୁ ୮୮ ଲକ୍ଷର ଜରିମାନା ଆଦାୟ କରାଯାଇଛି । ୨୧୧୨ ଖିଲାପକାରୀଙ୍କଠାରୁ ୧୮ ଲକ୍ଷ ଜରିମାନା ପୋଲିସ୍‌ ଆଦାୟ କରିଛି । ସେହିପରି ଆଜି ଭୁବନେଶ୍ବରର ଘରୋଇ ସ୍କୁଲର ଏକ ଭ୍ୟାନ୍‌କୁ ମଧ୍ୟ ମୋଟା ଜରିମାନା କରାଯାଇଛି । ୩୭ ହଜାର ୫୦୦ ଟଙ୍କାର ଜରିମାନା ଆଦାୟ କରିଛନ୍ତି ଆରଟିଓ-୨ । ନିୟମ ଉଲ୍ଲଂଘନ ଅଭିଯୋଗରେ ଇନ୍‌ଫୋସିଟି ଅଞ୍ଚଳରୁ ଜରିମାନା ଆଦାୟ କରାଯାଇଛି । ପଲ୍ୟୁସନ, ଡିଏ୍‌, ରେଜିଷ୍ଟ୍ରେସନ୍‌, ଫିଟନେସ୍‌, ପରମିଟ୍‌, ବୀମା ପାଇଁ ଏହି ଜରିମାନା ଆଦାୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ