କଡାକଡି ହେଲା ପୋଲିସ ବ୍ୟବସ୍ଥା,ମଧ୍ୟାହ୍ନ ୧୨ଟା ପରେ ଶୁନ୍‌ଶାନ୍

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା): ସମଗ୍ର ଜିଲ୍ଲାରେ ଆଜି ଠାରୁ ପୋଲିସ ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି । ପୋଲିସର ୨୪ଘଣ୍ଟିଆ ପଇଁତରା ସହ ଲୋକଙ୍କୁ ବ୍ୟାପକ ସଚେତନ କରୁଥିବା ଯୋଗୁଁ ଲୋକେ ନିଜର ସୁରକ୍ଷା ପାଇଁ ଘରୁ ବାହାରୁ ନାହାଁନ୍ତି । ସାମାଜିକ ଦୁରତା ବଜାଇ ରଖିବା ପାଇଁ ମଧ୍ୟ ପୋଲିସ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି ବୁଧବାର ମଧ୍ୟାହ୍ନ ୧୨ଘଣ୍ଟା ପରେ ସମଗ୍ର ଜିଲ୍ଲା ଶୁନ୍‌ଶାନ୍ ହୋଇପଡିଥିବା ଦେଖା ଦେଇଛି । ବିନା କାରଣରେ ଲୋକେ ବାହାରକୁ ଆସିବାକୁ କଡାକଡି ଭାବେ ପୋଲିସ ବାରଣ କରୁଛନ୍ତି । ଗଜପତି ଜିଲ୍ଲାକୁ ବିଦେଶରୁ ୫୪ଜଣ ଏବଂ ବାହାର ରାଜ୍ୟରୁ ୪୨୩୮ ଜଣ ଗତକାଲି ମଙ୍ଗଳବାର ରାତ୍ର ସୁଦ୍ଧା ଫେରି ଆସିଛନ୍ତି । ଗଜପତି ଜିଲ୍ଲା ପ୍ରଶାସନ,ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏ ସମସ୍ତଙ୍କର ସମସ୍ତ ଗତିବିଧି ଉପରେ କଡା ନଜର ରଖାଯାଇଛି । ଖବର ଲେଖିବା ସମୟ ସୁଦ୍ଧା ଗଜପତି ଜିଲ୍ଲାରେ ଜଣେ ହେଲେ କରୋନା ଚିହ୍ନଟ ରୋଗୀ ନ ଥିବା ସୁଚନା ମିଳିଛି । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏବଂ ଜିଲ୍ଲା ଏସପି ସାରା ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ନିର୍ଦ୍ଧେଶ କ୍ରମେ ସାରା ଜିଲ୍ଲାରେ ଲକଡାଉନ୍‌କୁ କଡା କଡି ଭାବେ ପାଳନ କରାଯାଇଛି । ସାମାଜିକ ଦୁରତା ରକ୍ଷା କରିବା ପାଇଁ ସମସ୍ତ ଅଞ୍ଚଳରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ