ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଖେଳକୁଦ ପ୍ରତିଯୋଗିତା 

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : କଣମଣା ଆଞ୍ଚଳିକ ସାଧାନ କେନ୍ଦ୍ର ସ୍ତରୀୟ ଖେଳକୁଦ ସମାରୋହ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ସାନଆର୍ଯ୍ୟପଲ୍ଲୀ ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଆନୁଷ୍ଠାନିକ ଭାବେ କଣମଣା ସରପଞ୍ଚ ଏସ.ଚକ୍ରପାଣି ରେଡ୍ଡୀ, ଆର୍ଯ୍ୟପଲ୍ଲୀ ସରପଞ୍ଚ ଏମ୍‌.ଲକ୍ଷ୍ମୀ ଅତିଥୀଭାବେ ଯୋଗଦେଇ ମଶାଲ ଜାଳି ଉଦଘାଟନ କରିଥିଲେ । ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୧ଟି ସ୍କୁଲ ୧୨୦ଜଣ ଛାତ୍ରଛାତ୍ରୀ ବିଭିନ୍ନ ବର୍ଗର ଖେଳରେ ପ୍ରତିଯୋଗି ଭାବେ ଯୋଗଦେଇଥିଲେ । ଏଥିରେ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥୀମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲ।। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ଛତ୍ରପୁର ବିଇଓ ଅବିନାଶ ଶତପଥୀ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥୀଭାବେ ରାଜ୍ୟ ମତ୍ସ୍ୟଜିବୀ ସଂଘ ଉପସଭାପତି ଏମ୍‌.ଗୁମାଲୀ, ସିଆରସିସି କମଳ ବେହେରା ପ୍ରମୁଖ ଯୋଗଦେଇଥିଲେ । କ୍ରିଡା ଶିକ୍ଷକ କୃତିବାସ ନାୟକ, ଦେବରାଜ ଗୈାଡ, ସୁଶାନ୍ତ ଦାସ, ଜ୍ୟୋତି ତ୍ରିପାଠୀ, ଜୟକୃଷ୍ଣ ବେହେରା,ଡଃ. ଜେ.କୁରମା ରାଓ, ମନୋଜ କୁମାର ତ୍ରିପାଠୀ, ଅଜିତ୍ କୁମାର ସେଠୀ ସହଯୋଗ କରିଥିଲେ । ଶେଷରେ ବଡଆର୍ଯ୍ୟପଲ୍ଲୀ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ରଜତ୍ ଗୋଚ୍ଛାୟତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ