କଣମଣା କ୍ଳଷ୍ଟରରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ତାଲିମ୍

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଳକ୍ ଅନ୍ତର୍ଗତ କଣମଣା କ୍ଳଷ୍ଟରର ସମସ୍ତ ଏଫ୍ ଏଲ୍ ଏନ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ସ୍ଥାନୀୟ କଣମଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ତାଲିମ୍ ଶିବୀର ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକରୀ ନୃସିଂହ ଚରଣ ମିଶ୍ର ଯୋଗ ଦେଇ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ପର୍କରେ ବିଷଦ ଆଲୋକପାତ କରିଥିଲେ । କଣମଣା ସି ଆର୍ ସିସି କମଳ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି ତାଲିମ୍ ଶିବୀରରେ ସଦର ସିଆର ସିସି ରୀତା ରଥ ଓ କଣମଣା ସ୍କୁଲର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଜିତ୍ କୁମାର ସେଠୀ ସମ୍ବଳ ଶିକ୍ଷକ ଭାବେ ଯୋଗଦେଇ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ତାଲିମ୍ ପ୍ରଦାନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ