କଣମଣା ଗ୍ରାମ ପଞ୍ଚାୟତରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଣମଣା ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ପୂର୍ବତନ ସରପଞ୍ଚ ତଥା ଶ୍ରୀରାମଚନ୍ଦ୍ରପୁର ସମିତି ସଭ୍ୟ ଏସ.ଚକ୍ରପାଣି ରେଡ୍ଡୀ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତର ତରେଇପାଟପୁର ଗ୍ରାମରୁ ଏହି ପଦଯାତ୍ରା ଆରମ୍ଭ ହୋଇ ସମସ୍ତ ଗ୍ରାମ ପରିକ୍ରମା କରିଥିଲେ । ଏଥିରେ ମୁଖ୍ୟଅତିଥୀ ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ସରକାରଙ୍କ ଜନମଙ୍ଗଳ ଯୋଜନା ସଂପର୍କରେ ଲୋକଙ୍କୁ ବୁଝାଇବା ସହ ଲୋକଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ଏହି କାର୍ଯ୍ୟକ୍ରମରେ କଣମଣା ସରପଞ୍ଚବି. ଦମୟନ୍ତି ପାତ୍ର, ସମିତି ସଭ୍ୟା ରଶ୍ମିତା ଦେହୁରୀ, ବି.ବାବୁ ସ୍ୱାମୀ, ଯୁବନେତା ଗଣେଷ ସାହୁ, ୱାର୍ଡ ମେମ୍ବର ଚନ୍ଦନ ବେହେରା, ଏନ.କ୍ରିଷ୍ଣା ରେଡ୍ଡୀ, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ, ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ୨୦ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଏମ୍‌. ଧନଞ୍ଜୟ ରେଡ୍ଡୀ,୧୯ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ରଶ୍ମିତା ନାହାକ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ , ଛତ୍ରପୁର ନଗର ବିଜେଡି ଉପସଭାପତି ଅଟ୍ଟଳ ବିହାରୀ ପଟ୍ଟନାୟକ, କିଶୋର ବେହେରାଙ୍କ ସମେତ ୪ଶହରୁ ଉର୍ଦ୍ଧ୍ୱ ଦଳୀୟ ନେତା ଓ କର୍ମୀ ମାନେ ପ୍ରମୁଖ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ଗୁଡିକ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ