କଣମଣା ପଞ୍ଚାୟତରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟିତ
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ଗ୍ରାମ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଗୁଡିକର ମାରଥନ ଉଦଘାଟନ ହୋଇଯାଇଛି । କଣମଣା ସରପଞ୍ଚ ଏସ.ଚକ୍ରପାଣି ରେଡ୍ଡୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଉଦଘାଟନୀ କର୍ଯ୍ୟକ୍ରମ ପ୍ରଥମେ ପୁରୁଣା ଛତ୍ରପୁର ଗ୍ରାମ ରେ ଏକ କୋଠଘର ଓ ଅଙ୍ଗନବାଡି କେନ୍ଦ୍ର କୁ ବିଧାୟକ ଶ୍ରୀ ବେହେରା ଶୁଭ ଉଦଘାଟନ କରିଥିଲେ । ପରେ ଟାକିରିଆବ୍ରହ୍ମପୁର ଗ୍ରାମରେ କୋଠଘର ଓ ଅଙ୍ଗନବାଡି କେନ୍ଦ୍ର , ଚଷାକଣା ଗ୍ରାମରେ କଲ୍ୟାଣ ମଣ୍ଡପ ଏବଂ କଣମଣା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ପଞ୍ଚାୟତ ପାଠାଗାର ଓ ରାଜୀବ ଗାନ୍ଧୀ ସେବା କେନ୍ଦ୍ର କୁ ମଧ୍ୟ ବିଧାୟକ ଉଦଘାଟନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବେହେରାଙ୍କ ସହ ବ୍ଲକ ଉପାଧ୍ୟକ୍ଷା ଅମିତା ସାହୁ, କଣମଣା ସରପଞ୍ଚ ଏସ.ଚକ୍ରପାଣି ରେଡ୍ଡୀ, ସମିତି ସଭ୍ୟା ରଶ୍ମିତା ବେହେରା, ନାଏବ ସରପଞ୍ଚ ଉଷାରାଣୀ ବେହେରା, ପୂର୍ବତନ ସରପଞ୍ଚ ସ୍ମୃତିରେଖା ସାହୁ, ଯୁବନେତା ଗଣେଶ ସାହୁ, ବିଜେଡି ଛତ୍ରପୁର ବ୍ଲକ ସଭାପତି ପ୍ରବାସୀ ପ୍ରଧାନ, ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବି.ସୁଦାମ, ଆଇନଜିବୀ ଟି.ମୋହନ ରେଡ୍ଡୀ, ପୂର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ, ବି.ଚନ୍ଦ୍ରମଣି ପାତ୍ରଙ୍କ ସମେତ ଅନ୍ୟାନ୍ୟ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା , କଣମଣା ପଞ୍ଚାୟତର ବହୁ ଜନସାଧାରଣ ଓ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।