କଣମଣା ପଞ୍ଚାୟତ କାର୍ଯ୍ୟାଳୟରେ ମାଛ ଚାଷ ପ୍ରଣାଳୀ ନେଇ କର୍ମଶାଳା

ଛତ୍ରପୁର (ଦେବଦତ୍ତ ମହାରଣା): ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ମାଛ ଚାଷ ପ୍ରଣାଳି ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ୱିର୍ଜା ନ୍ୟୁ ଦିଲ୍ଲୀ ଓ ନେଟକୋଷ୍ଟ ର ମିଳିତ ସହ ଯୋଗରେ ଆୟୋଜିତ ଏହି କର୍ମଶାଳା ଟି କଣମଣା ସରପଂଚ ଏସ୍ ଚକ୍ରପାଣି ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ କେଭିକେ ର ବୈଜ୍ଞାନିକ ମାଗୁଣି ଚରଣ ମହାରଣା ଯୋଗ ଦେଇ ମାଛ ଚାଷ ର ପ୍ରଣାଳୀ ଗୁଡିକ ବିଷୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଏଲଏମ ର ଛତ୍ରପୁର ବ୍ଲକ ସଂଯୋଜିକା ମାନିନି ଜେନା ଯୋଗ ଦେଇଥିଲେ । ଏହି କର୍ମଶାଳାରେ କରାତଳି, କାଳିପଲୀ, ଅଗସ୍ତିନୁଆଗାଁ, କଣମଣା ଆଦି ଅଂଚଳର ମାଛ ଚାଷୀ ମାନେ ଯୋଗ ଦେଇ ମାଛ ଚାଷ ବିଷୟରେ ପଚାରି ବୁଝିଥିଲେ । ନେଟକୋଷ୍ଟ ସଂସ୍ଥା ର ୱାର୍ଦ୍ଦି କାଶିନାଥ, ସାଶ୍ୱତ ମହାପାତ୍ର, ସନ୍ତୋଷ କୁମାର ଜେନା ଓ ଜିତେନ୍ଦ୍ର ନାୟକ ପ୍ରମୁଖଙ୍କ ସମେତ ନେଟକୋଷ୍ଟର ବହୁ ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ