କଣମଣା ବାତ୍ୟା ଆଶ୍ରୟସ୍ଥଳୀ ଠାରେ କ୍ଲଷ୍ଟର ସ୍ତରୀୟ ଗ୍ରାମୀଣ କୌଶଲ୍ୟ ଯୋଜନା ନିଯୁକ୍ତି ମେଳା
ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଣମଣା ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟା ଯୋଜନାରେ ନିଯୁକ୍ତି ନିମନ୍ତେ ମଙ୍ଗଳବାର ଏକ ଚୟନ ମେଳା କଣମଣା ସରପଞ୍ଚ ଏସ.ଚକ୍ରପାଣି ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଣମଣା, ଆର୍ଯ୍ୟପଲ୍ଲୀ, ଶ୍ରୀରାମଚନ୍ଦ୍ରପୁର, ଅଗସ୍ତି ନୂଆଗାଁ ଓ କାଳିପଲ୍ଲୀ ପଂଚାୟତର ଯୁବକ ଯୁବତୀ ମାନେ ଆବେଦନ କରିଥିଲେ । ଏହି ମେଳାକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି, ଉପାଧ୍ୟକ୍ଷା ଅମିତା ସାହୁ, ବିଡିଓ ସାରଦା ପ୍ରସନ୍ନ ପଣ୍ଡା, କଣମଣା ସମିତିସଭ୍ୟା ରଶ୍ମିତା ବେହେରା, ବିପିଏମ ମାନିନୀ ଜେନା, ୫ଟି ପଂଚାୟତର ଏମବିକେ ଓ ସିଆରପି ମାନେ ଉପସ୍ଥିତ ରହି ଥିଲୋ ଏହି ଚୟନ ମେଳାରେ ୭୯ ଜଣ ଯୁବକ ଯୁବତୀ ଆବେଦନ କରିଥିଲେ ।