କଣମଣା ବାତ୍ୟା ଆଶ୍ରୟସ୍ଥଳୀ ଠାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ମକ୍‌ଡ୍ରିଲ୍ 

ଛତ୍ରପୁର, (ଦେବଦତ୍ତ ମହାରଣା) :-ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ରବିବାର ଗଞ୍ଜାମ ଜିଲ୍ଲାର ଥିବା ସମୁଦାୟ ୧୦୪ ଟି ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳୀରେ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ (ମକଡ୍ରିଲ) ଆୟୋଜନ କରାଯାଇଛି । ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଆମେ କେତେ ପ୍ରସ୍ତୁତ ରହିଛୁ ସେ ସଂକ୍ରାନ୍ତରେ ଆଜି ଜିଲ୍ଲାର ବିଭିନ୍ନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ମକ୍‌ଡ୍ରିଲ୍ ଅନୁଷ୍ଠିତର ମୁଖ୍ୟ ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଣମଣା ବାତ୍ୟା ଆଶ୍ରୟସ୍ଥଳୀ ଠାରେ ସାମୁହିକ ଅଭ୍ୟାସ (ମକଡ୍ରିଲ) ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ଫାୟାର ଅଫିସର ବିଶ୍ୱନାଥ ମହାନ୍ତିଙ୍କ ନେତୃତ୍ୱରେ ଫାୟାର କର୍ମଚାରୀ ମାନେ ବାତ୍ୟା ଓ ବନ୍ୟାକୁ କିପରି ମୁକାବିଲା କରାଯିବ ଓ ଧନ ଜୀବନକୁ ସୁରକ୍ଷା କରାଯାଇପାରିବ ସେନେଇ ଏକ ମକଡ୍ରିଲ କରିଥିଲେ । ଆକଶ୍ମିକ ଭାବେ ନିଆଁ ଲାଗିଲେ କିପରି ନିଆଁକୁ ଆୟତ୍ତ କରିବା, ଉଚ୍ଚ ସ୍ଥାନରେ ଥିବା ବ୍ୟକ୍ତିକୁ କିପରି ସୁରକ୍ଷାର ସହିତ ଉଦ୍ଧାର କରିବା ସେନେଇ ଏକ ଡେମୋ ଦେଖାଇଥିଲେ । ଏହି ଅବସରରେ ଜିଲ୍ଲାର ରାଜସ୍ୱ ଅଧିକାରୀ ରାଜ କିଶୋର ଜେନା, ଛତ୍ରପୁର ତହସିଲଦାର ତଥା ଭାରପ୍ରାପ୍ତ ବିଡିଓ ପ୍ରକାଶ କୁମାର ମିଶ୍ର, ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ, କଣମଣା ସରପଂଚ ବି. ଦମୟନ୍ତି ପାତ୍ର, ଶ୍ରୀରାମଚନ୍ଦ୍ରପୁର ସମିତିସଭ୍ୟ ଏସ୍‌. ଚକ୍ରପାଣି ରେଡ୍ଡୀ, ଛତ୍ରପୁର ଅତିରିକ୍ତ ଶିକ୍ଷା ଅଧିକାରୀ ନୃସିଂହ ଚରଣ ମିଶ୍ର, ଓଡିଶା ଜିବିକା ମିଶନ୍ ର ବ୍ଲକ ପ୍‌ରକଳ୍ପ ସଂଯୋଜିକା ମାନିନୀ ଜେନା, କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତ କୁମାର ସେଠୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର କମାର ମଲ୍ଲିକ, ବାତ୍ୟା ଆଶ୍ରୟସ୍ଥଳୀର ସମ୍ପାଦକ ଦୁର୍ଯ୍ୟୋଧନ ବେହେରା, ସକ୍ରିୟ ସଦସ୍ୟ ବି. ଭେଙ୍କଟ ରାବଣା, କନିଷ୍ଟ ଯନ୍ତ୍ରୀ ଜୟସେନ ବେହେରା, ପିଇଓ ସନ୍ତୋଷ ବେହେରାଙ୍କ ସମେତ ଅଙ୍ଗନବାଡି, ଆଶା, ପଂଚାୟତର ବହୁ ଜନସାଧାରଣ ଓ ସ୍ୱୟଂ ସିଦ୍ଧାର ସଦସ୍ୟା ମାନେ ଉପସ୍ଥିତ ରହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ମୁକାବିଲା କରାଯିବ ସେଥି ନିମନ୍ତେ ତାଲିମ ନେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ