କଣମଣା ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦୁର୍ଗାମାଧବ ପଣ୍ଡାଙ୍କ ଅକାଳ ବିୟୋଗରେ ସ୍ମୃତି ସଭା
ଛତ୍ରପୁର, (ଦେବଦତ୍ତ ମହାରଣା):କଣମଣା କ୍ଳଷ୍ଟର ,କଣମଣା ବିଦ୍ୟଳୟର ବରିଷ୍ଠ ଶିକ୍ଷକ ଦୁର୍ଗାମାଧବ ପଣ୍ଡାଙ୍କ ଅକାଳ ବିୟୋଗ ଘଟିଛି । ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ୍ କୁମାର ସେଠୀଙ୍କ ଅଧକ୍ଷତାରେ ସ୍ବର୍ଗତ ପଣ୍ଡାଙ୍କ ସ୍ମୃତି ଚାରଣ ଏବଂ ତାଙ୍କ ଆତ୍ମାର ସଦ୍ଗତି କାମନା କରି ସ୍ମୁତି ସଭା ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ ମୁଖ୍ୟ ଅତିଥି ରୂପେ ଛତ୍ରପୁର ବ୍ଳକ ଅତିରିକ୍ତ ଶିକ୍ଷା ଅଧିକାରୀ ଘନଶ୍ୟାମ ପଣ୍ଡା, ସମ୍ମାନିତ ଅତିଥି ରୂପେ ସିଆର୍ ସିସି କମଳ ବେହେରା ,ଛତ୍ରପୁର ବ୍ଳକ୍ ଏଲିମେଣ୍ଟାରୀ ଶିକ୍ଷକ ସଂଘର ପୂର୍ବତନ ସଭାପତି ଜୟକୃଷ୍ଣ ବେହେରା ସମେତ ଡଃ ଜେ କୁର୍ମା ରାଓ , ରଜତ୍ ଗୋଛାୟତ ଆଦି ସ୍ବର୍ଗତ ପଣ୍ଡାଙ୍କର ପ୍ରାଥମିକ ଶିକ୍ଷକ ଓ ଶିକ୍ଷା ବ୍ୟବସ୍ଥା ପ୍ରତି ଯେଉଁ ଅବଦାନ ରହିଥିଲା ତାର ଆଲୋଚନା କରିବା ସହିତ ତାଙ୍କର ସ୍ମୃତି ଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ଳଷ୍ଟରର ସମସ୍ତ ଶିକ୍ଷକ- ଶିକ୍ଷୟିତ୍ରୀ , ବିଦ୍ୟାଳୟର ପରିଚାଳନା କମିଟି ଓ ଛାତ୍ରଛାତ୍ରୀ ଯୋଗ ଦେଇ ଶୋକ ପ୍ରାର୍ଥନାକରିଥିଲେ । ସହକାରୀ ଶିକ୍ଷୟିତ୍ରୀ ରିତାବାଇ ପାତ୍ର , ସୁନିଧା ରାଣି ମିଶ୍ର ସହଯୋଗ କରିଥିବା ବେଳେ ରାମଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।