କଣମଣା ସରପଞ୍ଚଙ୍କ ‘ ମୋ ସ୍କୁଲ’କୁ ପଚିଶ୍ ହଜାର ଟଙ୍କା ଅନୁଦାନ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଳକ କଣମଣା ପଞ୍ଚାୟତର ସରପଞ୍ଚ ଏସ୍ ଚକ୍ରପାଣି ରେଡ୍ଡୀ କଣମଣା କ୍ଳଷ୍ଟରର ପ୍ରତି ସ୍କୁଲକୁ ତିନିହଜାର ଟଙ୍କା ହିସାବରେ ୨୫ ହଜାର ଟଙ୍କା ପ୍ରଦାନ କରିଛନ୍ତି । ସିଆରସିସି କମଳ ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ କ୍ଳଷ୍ଟର ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀରେ ପ୍ରତ୍ୟେକ ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରାଯାଇଥିବା ଅର୍ଥ ‘ମୋ ସ୍କୁଲ’ ଜମା ଖାତାରେ ଜମା କରାଯିବ ଏବଂ ସରକାର ଏହାର ଦୁଇଗୁଣ ପ୍ରଦାନ ପରେ ପ୍ରତି ସ୍କୁଲର ଉନ୍ନତିରେ ଲାଗିବ । ସରପଞ୍ଚଙ୍କ ଏହି ମହତ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ଅନ୍ୟମାନେ ବି ଆଗେଇ ଆସିବେ ବୋଲି ମତ ପୋଷଣ କରିବା ସହିତ ସି ଆର ସିସି ବେହେରା ସମେତ ବଡ ଆର୍ଯ୍ୟପଲ୍ଲୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରାଜେଶ୍ଵରୀ ଗୌଡ, ସାନ ଆର୍ଯ୍ୟପଲ୍ଲୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତି କୁମାରୀ ତ୍ରିପାଠୀ, ଟାକିରିଆ ବ୍ରହ୍ମପୁର ସୁଲ ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାସିନୀ ମହାନ୍ତି , କଣମଣା ସ୍କୁଲର ପ୍ରଧାନ ଶିକ୍ଷକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଜିତ କୁମାର ସେଠୀ, ତରେଇ ପାଟପୁର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ପାଢ଼ୀ, ଜେ ଏନ୍ ପାଲମ ପ୍ରଧାନ ଶିକ୍ଷୟିତ୍ରୀ କେ ଲକ୍ଷ୍ମୀ,ଶିକ୍ଷକ ଡଃ ଜେ କୁର୍ମା ରାଓ, ଶିକ୍ଷକ ମନୋଜ କୁମାର ତ୍ରିପାଠୀ, ଜୟକୃଷ୍ଣ ବେହେରା, ହରେରାମ ରାଉଳ, ପିତାମ୍ବର ବେହେରା,ଲିଙ୍ଗରାଜ ସ୍ବାଇଁ ଆଦି ସରପଞ୍ଚ ଶ୍ରୀ ରେଡ୍ଡୀଙ୍କ ଏତାଦୃଶ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ