କଣାସ ଅଂଚଳ ର ଅନନ୍ୟ ଗଡ଼ମାଟିଆପଡା ମହାଦେବ ମନ୍ଦିର
କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ):କଣାସ ବ୍ଲକ୍ ର ସମସ୍ତ ଗ୍ରାମରେ ଶୈବ ମନ୍ଦିର ରହିଛି। ସବୁ ଶୈବ ମନ୍ଦିର ରେ ଶ୍ରାବଣ ଓ କାର୍ତ୍ତିକ ମାସରେ ଶଦ୍ଦାଳୁ ମାନଙ୍କ ପୂଜା ଅର୍ଚ୍ଚନା କରିବା ପାଇଁ ଭିଡ଼ ଜମେ। ଏଥିସହିତ ପ୍ରତ୍ୟେକ ସଂକ୍ରାନ୍ତି ଓ ସୋମବାର ମାନଙ୍କରେ ସମାଗମ ହୁଏ। ଆସନ୍ତା କାଲି ଜାଗର ଓଷା ପଡ଼ୁଥିବାରୁ ବ୍ଲକ ର ସମସ୍ତ ମହାଦେବ ମନ୍ଦିର ଚଳଚଞ୍ଚଳ ହୋଇପଡିଛି। ଗଡ଼ମାଟିଆପଡା ମହାଦେବ ମନ୍ଦିର ବହୁ ପୁରାତନ ପ୍ରତିଷ୍ଠିତ ଶୈବ ମନ୍ଦିର। ଦୟା ନଦୀ ବନ୍ଧ ପାଶ୍ୱର୍ରେ ଆଵସ୍ଥିତ ଏହି ଶୈବ ମନ୍ଦିର। ପାଖରେ ରହିଛି ଅନ୍ୟ ଏକ ମନ୍ଦିର ପଂଚାୟତ ଉଚ୍ଚ ବିଦ୍ୟାଳୟ ଶିକ୍ଷା ପ୍ରଦାନ ମନ୍ଦିର।କିଛି ବର୍ଷ ଧରି ଏହି ମନ୍ଦିର ଆଵହଳିତ ହୋଇପଡ଼ିଥିଲା। ବର୍ତମାନ ଏହି ମନ୍ଦିରଟି ରୁପାନ୍ତରିତ ହୋଇ ଏକ ସୁନ୍ଦର ଶୈବ ଶାକ୍ତ ପୀଠ ରେ ପରିଣତ ହୋଇ ପଡ଼ିଛି। ଏବେ ସମସ୍ତଙ୍କର ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛି। ଗ୍ରାମ ର ଐତିହ୍ୟ ସ୍ଥଳୀ ପାଲଟିଛି।ଏହି ମନ୍ଦିର କୁ ପୂଜା ଅର୍ଚ୍ଚନା କରିବା ପାଇଁ ଗ୍ରାମ ର ମହାପାତ୍ର ପରିବାର ମାନେ ନିୟୋଜିତ ହୋଇଛନ୍ତି। ବର୍ଷକ ବାରମାସ ଏହି ମନ୍ଦିର ଚଳଚଞ୍ଚଳ ହୋଇପଡିଛି। ଏହି ମନ୍ଦିର ପାର୍ଶ୍ୱରେ ଗ୍ରାମ ର ପଞ୍ଚୁ ଦୋଳ ମେଲଣ ଅନୁଷ୍ଠିତ ହୁଏ। ଶ୍ରାବଣ ମାସ ରେ ଶଦ୍ଦାଳୁ ମାନଙ୍କ ଜଳଲାଗି ପାଇଁ ଭିଡ଼ ହୁଏ। କାର୍ତ୍ତିକ ମାସରେ ଗଡ଼ମାଟିଆପଡା ଓ ନୂଆସାହି ସମେତ ଅନ୍ୟାନ୍ୟ ଗାଁ ର ହବିଶିଆଳି ଓ କାର୍ତ୍ତିକ ବ୍ରତ ଧାରି ମାନେ ମାସକଯାକ ଏଠାରେ ରହିବା ଓ ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥାଏ।ମହା ଆନନ୍ଦରେ କାର୍ତ୍ତିକ ବ୍ରତ ଧାରି ମାନେ କାର୍ତ୍ତିକ ବ୍ରତ ପାଳନ କରିଥାଆନ୍ତି। ସେମାନଙ୍କ ଖୁସି ସହିତ ସୁଖ ସୁବିଧାକୁ ବୁଝିବା ପାଇଁ ଗ୍ରାମ ର ଯୁବକ ମାନେ ଆଗେଈ ଆସିଥାନ୍ତି।ଏଠାରେ ବର୍ଷ କୁ ଥରେ ମହାଯଜ୍ଞ ଅନୁଷ୍ଠିତ ହୁଏ। ଏହି ଉତ୍ସବକୁ ମିଳିମିଶି କମିଟିର କର୍ମକର୍ତା ସୁରୁଖୁରୁରେ ସମ୍ପର୍ନ୍ନ କରିଥାନ୍ତି।ଜାଗର ଓଷା ପାଇଁ ମନ୍ଦିର କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଥାଏ। ସମସ୍ତ ଶଦ୍ଦାଳୁ ମାନଙ୍କ ପୂଜା ଅର୍ଚ୍ଚନା କରିବା ଓ ଦୀପ ଜାଳିବା ପାଇଁ ସମସ୍ତ ପ୍ରକାର ସହଯୋଗ କରାଯାଏ। ଏଥିସହିତ ବ୍ଲକ ର ଶହଶହ ଶୈବ ମନ୍ଦିର ରେ ସକାଳୁ ପୂଜା ଅର୍ଚ୍ଚନା ସହିତ ମନ୍ଦିର ରେ ଜାଗର ଓଷା ପାଳନ କରାଯାଏ


