କଣ୍ଟେନମେଣ୍ଟ ଜୋନରୁ ବାହାରି ବୁଲିଲେ ଗ୍ରାମସେବକ
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନାରେ କରୋନା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି, ଏପରିକି ଯିଏ ଏଇ ନିୟମକୁ ଭାଙ୍ଗିଲେ ତା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କିନ୍ତୁ ସାଧାରଣ ଲୁକ ଯଦି ନିୟମ ଭାଙ୍ଗିଲେ ତାଙ୍କ ନାମରେ ଆଇନି ଅନୁଯାୟୀ ଦଣ୍ଡବିଧାନ କରାଇବା ସହ ଟିକସ ଆଦାୟ କରାଯାଉଛି ହେଲେ ସରକାରୀ ବାବୁ ଯଦି ନ୍ୟାମ ଭାଙ୍ଗିଲେ ତାଙ୍କୁ କିଛିନାହିଁ କାରଣ ସେମାନେ ହେଲେ ଏ ଦୁନିଆରେ ବଡ଼ ପଣ୍ଡା, ଏପରି କିଛି ଦିନ ହେଲା ମୋହନା ପଞ୍ଚାୟତର ୧୪ ନଂ ୱାଡ଼କୁ କଣ୍ଟେଣ୍ଟମେଣ୍ଟ ଜୋନ ଭାବେ ରାସ୍ତାକୁ ବନ୍ଦ କରିଦିଅ ଯାଇଥିଲା ଏବଂ କିଛି ବ୍ୟକ୍ତି ଗଳି ବାହାରକୁ ଆସି ବଜାରରେ ବୁଲୁଥିଲେ କାଲି ମଳାସପଦର ପଞ୍ଚାୟତର କାର୍ଯ୍ୟରତ ଗ୍ରାମସେବକ ସଦାଶିବ ପାତ୍ର ବନ୍ଦ ଥିବା ବାଡ଼ ପଟେ ଗଳି ଆସି ବଜାରରେ ପରିବା କିଣି ଫୁଣି ଫେରିଥିଲେ ତାଙ୍କୁ ଖାଲି ୫୦୦ ଟଙ୍କା ଜରିମାନା ଆଦାୟ କରି ଛାଡ଼ି ଦିଆଯାଇଛି, ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନିଆଯାଇନହିଁ । ଏ ବିଷୟରେ ବିଡ଼ିଓ ବଂଶୀଧର ଖୁଶଲ୍ ଙ୍କୁ ପଚାରିବାରୁ ସେ କହିଛନ୍ତି ଏବିଷୟରେ ସେ ଜାଣି ନାହାନ୍ତି ।