କଣ୍ଟେନମେଣ୍ଟ ଜୋନରେ ରାସ୍ତା ବନ୍ଦ ଥିବା ଯୋଗୁ ଗର୍ଭବତୀ ମହିଳା ଅସୁବିଧା ର ସମ୍ମୁଖୀନ

ରାଇକିଆ, (ପ୍ରଦୀପ କୁମାର ବେହେରା):କଣ୍ଟେନମେଣ୍ଟ ଜୋନରେ ରାସ୍ତା ବନ୍ଦ ଥିବା କାରଣରୁ ଜଣେ ଗର୍ଭବତୀ ମହିଳା କିଭଳି ଅକଥନୀୟ ହଇରାଣ ଅସୁବିଧା ଭୋଗୁଛନ୍ତି ତାହାର ଏକ ଭିଡିଓ ଏବେ କନ୍ଧମାଳ ଜିଲ୍ଲା ରାଇକିଆ ଅଂଚଳରେ ବେଶ ଭାଇରାଲ ହେବାରେ ଲାଗିଛି ! ଗାଁ ଭିତରକୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ସମ୍ପୃକ୍ତ ଗର୍ବଭତୀ ମହିଳା ଜଣଙ୍କୁ ପ୍ରଥମେ ଏକ ଯାତ୍ରୀବାହୀ ଅଟୋରେ ଅଣାଯାଇ ତା ପରେ ବିପଦଜ୍ଜନକ ଭାବେ ଷ୍ଟ୍ରେଚରରେ ବୁହା ହୋଇ ଆମ୍ବୁଲାନ୍ସରେ ନିଆଯାଇଥିଲା ! ସୂଚନା ଅନୁଯାୟୀ, ମାଣିକେଶ୍ୱର ପଞ୍ଚାୟତ ବରେପାଙ୍ଗାର ଜଣେ ଗର୍ଭବତୀ ମହିଳା ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ରାଇକିଆ ହସ୍ପିଟାଲକୁ ନେବା ଲାଗି ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଏହାର କିଛି ସମୟ ପରେ ଆମ୍ବୁଲାନ୍ସ ପହଂଚିଥିଲେ ମଧ୍ୟ ଗମାଣ୍ଡି ଠାରେ ରାସ୍ତା ବନ୍ଦ କାରଣରୁ ଆମ୍ବୁଲାନ୍ସଟି ଗାଁ ଭିତରକୁ ଯାଇ ନ ପାରି ସେଠି ଅଟକି ରହିଥିଲା । ଫଳରେ ପରିବାର ଲୋକେ ଅଟୋରେ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ରହିଥିବା ସ୍ଥାନକୁ ଆଣିବା ପରେ ତାଙ୍କୁ ଅତି ବିପଦପୂର୍ଣ୍ଣ ଭାବେ ରାଇକିଆ ହସ୍ପିଟାଲକୁ ନିଆଯାଇଥିଲା । ରାଇକିଆ ପ୍ରଶାସନ ସ୍ଥାନୀୟ ଅଂଚଳର ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ୫ଟି ପଞ୍ଚାୟତକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି । କିନ୍ତୁ ରାଇକିଆ ପ୍ରଶାସନ ମୁଖ୍ୟ ରାସ୍ତାରେ ସମ୍ପୂର୍ଣ୍ଣ ରାସ୍ତା ବନ୍ଦ କରିଦେବା ଫଳରେ ଏବେ ଜରୁରୀକାଳୀନ ରୋଗୀ ସେବା ବେଶ ପ୍ରଭାବିତ ହେବାରେ ଲାଗିଛି । ପୂର୍ବରୁ ମଧ୍ୟ ୧୨ ତାରିଖ ରେ ସୁଗଡବାଡ଼ିକୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ୭ ବର୍ଷର ଶିଶୁର ମେଡିକାଲ୍ ଆଣିବାରେ ବିଳମ୍ବ ହୋଇଥିଲା ଏବଂ ମେଡିକାଲ୍ ବାରଣ୍ଡା ରେ ମୃତ୍ୟୁ ଘଟିଥିଲା । ମୃତ ଦେହ ମଧ୍ୟ ମହାପରାୟନ ଗାଡ଼ି ରେ ଯାଇ ନ ପାରି ବାଇକ୍ ରେ ନେଇଥିଲେ ପରିବାର ଲୋକେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ