କଣ୍ଟେନମେଣ୍ଟ ଜୋନ୍ ଓ ବିଭିନ୍ନ ପଞ୍ଚାୟତକୁ ଜିଲ୍ଲାପାଳଙ୍କ ମାରାଥନ୍ ଗ୍ରସ୍ତ

ପୋଲସରା, (ଅନିଲ କୁମାର ମହାରଣା):କୋବିଡ଼ ୧୯ କୁ ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ଶନିବାର ପୋଲସରା ବ୍ଳକର ମଥୁରା, କଳମ୍ବ, ହାତୀଓଟ, ରୁମାଗଡ଼, ମନ୍ଦାର, କେନ୍ଦୁବାଡି, କଣଛାଇ, ଚିରିକିପଡାଶାସନ, ମାଳତେନ୍ତୁଳିଆ ପ୍ରଭୃତି ୧୨ ଟି ପଞ୍ଚାୟତକୁ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । କୋଭିଡ଼ -୧୯ କୁ ପ୍ରତିରୋଧ କରିବାକୁ ପାଇଁ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି ,ଆଶା କର୍ମୀ ପ୍ରମୁଖଙ୍କ ସହ ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ ସିଧାସଳଖ ଆଲୋଚନା କରିଥିଲେ । ସରକାର ଘୋଷଣା କରିଥିବା ଦୁଇ ଦିନିଆ ସଟଡାଉନକୁ କିଭଳି ସଫଳ ହେବ ଏବଂ ଗ୍ରାମାଞ୍ଚଳରେ ସାମାଜିକ ଦୂରତା ସାଙ୍ଗକୁ ସମସ୍ତେ କିଭଳି ମାସ୍କ ପିନ୍ଧିବେ ସେନେଇ ବିସ୍ତୃତ ଆଲୋଚନା କରିବା ସହ ଏଥିପ୍ରତି ଗୁରୁତ୍ୱ ଦେଇଥିଲେ । ତାହାସହିତ ଆଗାମୀ ରଜ ପର୍ବ କିଭଳି ସରକାରୀଙ୍କ ନୀତି ନିୟମ ଅନୁସାରେ ପାଳନ କରିବାକୁ ହେବ ତାହା ମଧ୍ୟ ସୂଚାଇ ଥିଲେ । ଏଥିସହ ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡିଆମାନେ ସଙ୍ଗରୋଧ କେନ୍ଦ୍ରରୁ ରହି ଅବଧି ସରିଲା ପରେ ମଧ୍ୟ ନିଜ ଘରକୁ ଫେରି ହୋମ୍ କ୍ବାରେଣ୍ଟାଇନ୍ ରେ ରହିବେ ସେଥିପ୍ରତି ବିଶେଷ ଦୃଷ୍ଟି ଦେଇ ସତର୍କତା ଅବଲମ୍ବନ କରିବା ପାଇଁ ସମସ୍ତ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଏଭଳି ମାରାଥନ୍ ଗ୍ରସ୍ତ ସମୟରେ ପୋଲସରା ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଅତିରିକ୍ତ ତହସିଲଦାର ଶୋଭନ କୁମାର ବେହେରା, ବିଡିଓ ଶମ୍ଭୁନାଥ ନନ୍ଦି, ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ, ସ୍ୱାସ୍ଥ୍ୟ ଅଧିକାରୀ ଗୋପବନ୍ଧୁ ବେହେରା ପ୍ରମୁଖଙ୍କ ସମେତ କଲମ୍ଵ ସରପଞ୍ଚ ପ୍ରଶାନ୍ତ କୁମାର ସାହୁ ,ମନ୍ଦାର ସରପଞ୍ଚ କାଳୁ ଚରଣ ନାୟକ, କେନ୍ଦୁବାଡି ସରପଞ୍ଚ ବିଜୟ କୁମାର ସ୍ୱାଇଁ ,ଚିରିକିପଡା ଶାସନ ସରପଞ୍ଚ ସୁଜାତା ସାହୁ,ସମେତ ବହୁ ସରପଞ୍ଚ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ