କଣ୍ଡକ୍ଟରଙ୍କ ଜିଦ୍ଦିରେ ଯାତ୍ରୀ ନିରାଶ

ଦିପ୍ତିମୟୀ ନାୟକ
ଦିନକୁ ଦିନ ମୋ ବସର କଣ୍ଡକ୍ଟର ମାନଙ୍କର ଔଦ୍ଧତା ବୃଦ୍ଧି ପାଉଛି | ଯାହାଫଳରେ ଯାତ୍ରୀ ଅସନ୍ତୁଷ୍ଟ ହେବାର ଦେଖିବାକୁ ମିଳୁଛି | ଯଦି ସରକାରୀ ମୋ ବସରେ କିଛି କଣ୍ଡକ୍ଟର ମାନଙ୍କର ଔଦ୍ଧତା ଏମିତି ବୃଦ୍ଧି ପାଏ ତେବେ ଗୋଟେ ସାଧାରଣ ଯାତ୍ରୀ କିପରି ତାର ଯାତ୍ରାର ଶୁଭାରମ୍ଭ କରିବ | ତେବେ ଅନେକ ସମୟରେ ମୋ ବସରେ ଯାତ୍ରୀଙ୍କ ଭିଡ଼ ଜମୁଥିବାର ଆପଣମାନେ ଦେଖିଥିବେ | ପ୍ରତ୍ୟେକ ଷ୍ଟପେଜରେ ବସ ଯେଉଁଠି ରୁହେ ସେହି ବସ ଭିତରୁ ବାହାରକୁ ଆସିବାକୁ ସମୟ ଲାଗିଥାଏ ଆଉ ବେଳେବେଳେ ଲୋକଙ୍କୁ ପାଖେଇ ପାଖେଇ ଆସିଲାବେଳେ ବସ ମଧ୍ୟ ଛାଡିଦେଇଥାଏ ତେବେ ଲୋକେ କରିବେ ତ କଣ କରିବେ ଏବଂ ସେମାନେ କେମିତି ଏତେ ଗହଳିରେ ଆଗକୁ ଆସି ଓ଼ଲ୍ଳେଇବେ ଥରେ ଭାବନ୍ତୁ | କିନ୍ତୁ କଣ୍ଡକ୍ଟର ମାନଙ୍କର ଭାରି ଜିଦ୍ଦି ବସ ଗହଳି ଥିଲେ ବି ଆଗକୁ ଯାଅ ଆଗ ପଟେ ଓଲ୍ଲାହ ଯଦି ଅଳ୍ପ ଲୋକ ଥାଆନ୍ତେ ତେବେ ଓ଼ଲ୍ଳେଇବାରେ କିଛି ଅସୁବିଧା ହୁଅନ୍ତାନି କିନ୍ତୁ ଅଧିକ ଲୋକରେ ଆଗରେ ଓ଼ଲ୍ଳେଇବା କଣ ସମ୍ଭବ କି | ଯଦି ଲୋକଙ୍କ ସୁବିଧା ପାଇଁ ଏହି ସରକାରୀ ମୋ ବସ ହୋଇଛି ତାହେଲେ କାହିଁକି କିଛି କଣ୍ଡକ୍ଟର ଲୋକଙ୍କୁ ଦୁର୍ବ୍ୟବହାର କରୁଛନ୍ତି | ସରକାରଙ୍କୁ ଅନୁରୋଧ ମୋ ବସରେ ସ୍ୱତନ୍ତ୍ର ସ୍କ୍ବାଡ୍ ବ୍ୟବସ୍ଥା କରନ୍ତୁ ଯାହାଫଳରେ ଲୋକଙ୍କୁ ଯେଉଁ କଣ୍ଡକ୍ଟର ଦୁର୍ବ୍ୟବହାର କରୁଛନ୍ତି ସେମାନଙ୍କ ଉପରେ ଦୃଢ଼କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଏଥିସହିତ ମୋ ବସ ଗହଳି ସମୟରେ ଲୋକଙ୍କୁ ବସ ପଛପଟ ଡୋରରେ ଓ଼ଲ୍ଳେଇବାକୁ ସୁଯୋଗ ଦିଅନ୍ତୁ |

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ