କଣ୍ଢେଇ କହୁଛି କରୋନା ସଚେତନତା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ବୈଶ୍ବିକ ମହାମାରୀ କରୋନାର କରାଳ ଚକ୍ରରେ ଆଜି ବିଶ୍ୱବାସୀ ଭୀତତ୍ରସ୍ତ । ସାମ୍ପ୍ରତିକ ପରିସ୍ଥିତିରେ ଏହାର ନିୟନ୍ତ୍ରଣ କରିବା ଦେଶ ଓ ରାଜ୍ୟ ସରକାରଙ୍କ ପାଇଁ ଏକ ବିରାଟ ଆହ୍ୱାନ ସୃଷ୍ଟି କରିଛି । ଏଣୁ ସଚେତନତା ଅବଲମ୍ବନ କରିବା ହିଁ ଏକ ମାତ୍ର ପନ୍ଥା ଭାବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ସରକାରଙ୍କ ପକ୍ଷରୁ କୁହାଯାଇଛି । କିଏ ବାଲୁକା କଳାରେ ତ କିଏ ଚିତ୍ରରେ । ପୁଣି କାନ୍ଥ ପ୍ରାଚୀରରେ ତ ପୁଣି କିଏ କ୍ଷୁଦ୍ର ନାଟକ ମାଧ୍ୟମରେ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କରୋନାର ଭୟା ବହତା ଓ ସଚେତନତା ଅଭିଯାନ ଜାରୀ ରଖିଛନ୍ତି । କିନ୍ତୁ ସ୍ଥାନୀୟ ହିଞ୍ଜିଳି ସହରର ଏକ ଡ୍ରେସ ଦୋକାନ ସମ୍ମୁଖରେ ୩ ଟି ନିର୍ଜିବ କଣ୍ଢେଇ ସାଧାରଣ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନତା କଥା କହୁଥିବା ବେଶ କୌତୁହଳ ସୃଷ୍ଟି କରିଛି । ସୂଚନା ମୁତାବକ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ ମନୋରଞ୍ଜନ ସାହୁ ଓ ତହସିଲଦାର ପ୍ରଭାତ କୁମାର ପରିଡା ଶନିବାର ଗ୍ରୀନ ଦୀପାବଳୀଓ କରୋନା ନିୟମ ଉପଲକ୍ଷେ ସହରର ବ୍ୟବସାୟୀକ ଦୋକାନରେ ତଦାରଖ କରୁଥିଲେ । ଏହି ସମୟରେ ସ୍ଥାନୀୟ ତାରାତାରିଣୀ ଡ୍ରେସ ଦୋକାନର ମାଲିକ ବିନ୍ଦୁ ସାଗର ଦଳାଇଙ୍କ ଦୋକାନ ସମ୍ମୁଖରେ ଥିବା ୩ଟି କଣ୍ଢେଇଙ୍କ ଉପରେ ୨ ଅଧିକାରୀଙ୍କ ନଜର ପଡିଥିଲା । ପରେ କରୋନା ସଚେତନତା ସୃଷ୍ଟି ପାଇଁ ଅଧିକାରୀଙ୍କ ମୁଣ୍ଡକୁ ଏକ ଅଭିନବ ଉପାୟ ଜୁଟିଥିଲା । ପରେ ଅଧିକାରୀଙ୍କ ନିର୍ଦ୍ଦେଶରେ ୩ଟି କଣ୍ଢେଇଙ୍କ ମୁହଁରେ ୩ ଟି ମାସ୍କ ପିନ୍ଧାଇ ଥିଲେ ଡ୍ରେସ ଦୋକାନୀ । ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଗ୍ରାହକଙ୍କ ମଧ୍ୟରେ ବେଶ କୌତୁହଳ ସୃଷ୍ଟି ହୋଇଥିଲା । କଣ୍ଢେଇ ୩ଟି ମୁହଁରେ ମାସ୍କ ପିନ୍ଧି କରୋନା କଥା କହୁଥିଲା ବେଳେ ୨ ଅଧିକାରୀଙ୍କ ଏଭଳି ଉଦ୍ୟମକୁ ସାଧାରଣରେ ଭୁୟସୀ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ