କଣ କ୍ଷତି

ଶ୍ରୀକ୍ଷେତ୍ରର ରାଜା
ତୁମେ ଜଗନ୍ନାଥ
ଶ୍ରୀକ୍ଷେତ୍ର ମଉଡମଣି,
ଶ୍ରୀକ୍ଷେତ୍ର ଖବର
ତୁମକୁ ଅଜଣା
ବିଶ୍ବାସ ହେଉନି ଶୁଣି ।

ତୋ ଦର୍ଶନ ପାଇଁ
କେତେ କେ ଆସନ୍ତି
କାହିଁ କେତେ ଦୂରୁ ଚାଲି,
ଚାରି ଦ୍ବାରେ ପଶି
ଏକ ଗର୍ଭଦ୍ବାରେ
ପ୍ରସ୍ଥାନ ହୁଏ ଦେଖିଲି ।

ଏବଡ ବିଚିତ୍ର
ବଡ ଅଚମ୍ବିତ
ପ୍ରବେଶ ପ୍ରସ୍ଥାନ ପ୍ରୀତି,
ଚାରିଦ୍ଵାର ଲୋକ
ଏକଦ୍ବାରେ ଯାନ୍ତି
ଠେଲାପେଲା ହୁଏ ନିତି ।

ତୋ ଦର୍ଶନ ବେଳେ
କେତେ ଠେଲାପେଲା
କେହି କିଛି ନକୁହନ୍ତି,
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
କହି କହି ଚାଲିଯାନ୍ତି ।

ଏମିତି କେମିତି
ହୁଏ କି ନଜାଣୁ
ଏକଦ୍ବାରେ ବାହାରନ୍ତି,
ପ୍ରବେଶ ପ୍ରସ୍ଥାନ
ମିଶି ପାଞ୍ଚ ଦ୍ବାର
ବେଶି ହେଲେ କଣ କ୍ଷତି ।

ଗଦଧର ସାହୁ,
ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ