କତକ ପାଟଣାରେ ଶ୍ରୀରାମଲୀଳା
ବେଗୁନିଆ (ଜୁଗାବ୍ଦ ନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ର ବୋତଳମା ପଞ୍ଚାୟତ ଅନ୍ତର୍ଗତ କତକପାଟଣା ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଶ୍ରୀରାମଲୀଳା ଯାତ୍ରା ପରମ୍ପରା ଅନୁଯାୟୀ ଶ୍ରୀରାମ ନବମୀଠାରୁ ଆରମ୍ଭ ହୋଇଛି । ପ୍ରତିଦିନ ରାତିରେ କବି ଅନଙ୍ଗ ନରେନ୍ଦ୍ର ବିରଚିତ ରାମଲୀଲାର ବିଭିନ୍ନ ଅଂଶକୁ କଳାକାରମାନେ ନିଖୁଣ ଭାବେ ଅଭିନୟ କରୁଛନ୍ତି । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ବିଭିନ୍ନ ଲୀଳା ମଧ୍ୟରେ ସୀତା ବିବାହ, ପର୍ଶୁୁରାମ ଭେଟ, ବନବାସ, ସୀତାହରଣ ଓ ଶବରଣୀ ଭେଟ ଆଦି ଲୀଳା ଅନୁଷ୍ଠିତ ହୋଇଯାଇଛି । ଏହାକୁ ଦେଖିବାପାଇଁ ଆଖପାଖ ଅଞ୍ଚଳର ବହୁ ଭକ୍ତଙ୍କ ସମାଗମ ହେଉଥିବା ଦେଖିବାକୁ ମିଳୁଛି ।