କତରା ନାଳରୁ ମିଳିଲା ଯୁବକଙ୍କ ମୃତ ଦେହ; ହତ୍ୟା ସନ୍ଦେହ
ଭଞ୍ଜନଗର,( ସନ୍ତୋଷ କୁମାର ଜେନା):୨୦ ଦିନର ନିଖୋଜ ପରେ ଆଜି ମିଳିଛି ଯୁବକଙ୍କ ମୃତ ଦେହ ଗତ ୨ ତାରିଖରୁ ସେ ନିଖୋଜ ଥିଲେ । ମୃତ ଯୁବକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ତାରସିଙ୍ଗ ଥାନା ଅଧୀନସ୍ଥ ଲେମ୍ଭେ଼ଇ ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗଣ ଗ୍ରାମର ମିଥୁନ ସାହୁ (୨୬) । ସୂଚନା ଅନୁସାରେ ଗତ ୨ ତାରିଖ ଦିନ ମିଥୁନ ତାଙ୍କ ସାଙ୍ଗ ସାଥୀଙ୍କ ସହ ଯାଇଥିବା ବେଳେ କେଉଁଆଡେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରି ପାଇନଥିଲେ । ସାଙ୍ଗମାନଙ୍କୁ ସନ୍ଦେହ କରି ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଆଜିକୁ ୨୦ ଦିନ ହେବ ପୋଲିସ ତଦନ୍ତ ଚଳାଇଥିବା ବେଳେ ଆଜି କୌଣସି ସୂତ୍ରରୁ ପୋଲିସ ଖବର ପାଇ ତିଳିସିଙ୍ଗି ଓ ଲେମ୍ଭେଇ ମଧ୍ୟରେ ଥିବା କତରା ନାଳରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଥିଲେ । ସାଙ୍ଗମାନେ ହିଁ ମିଥୁନ କୁ ମାରି ନାଳ ପାଣିରେ ପୋତି ଦେଇ ପଥରଘୋଡାଇ ଦେଇଥିଲେ ବୋଲି ସୂଚନା ମିଳୁଛି । ଘଟଣାସ୍ଥଳରେ ଭଞ୍ଜନଗର ଏସଡିପିଓ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି ସାଙ୍ଗ ମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।


