କତିଙ୍ଗିଆ ଏସବିଆଇ ଏଟିଏମ ତାଡ଼ିଲେ ଚୋର
ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ରାଇକିଆ ଥାନା କତିଙ୍ଗିଆ ଗ୍ରାମ ପଞ୍ଚାୟତ ର ମୁଖ୍ୟ ଛକ ଠାରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ୍ ରେ ପଶି ଗତ ମଧ୍ୟ ରାତ୍ରୀରେ କିଛି ଚୋର ଏଟିଏମ ମେସିନ୍ ତାଡ଼ି ଟଙ୍କା ଚୋରୀ କରିବାକୁ ଚେଷ୍ଟା କରିଥିବା ସୁଚନା ମିଳିଛି। ସୁଚନା ଅନୁସାରେ ଗତ କାଲି ରାତିରେ ବିଦ୍ୟୁତ ନଥିବା ବେଳେ ଅନ୍ଧାରର ସୁଯୋଗ ନେଇ କେତେକ ଦୃର୍ବୃର୍ତ୍ତ କତିଙ୍ଗିଆ ଛକ ଠାରେ ଥିବା ଷ୍ଟେଟବ୍ୟାଙ୍କ ଏଟିଏମ ସଟର ଭାଙ୍ଗି ପଶିବା ସହ ଶାବଳରେ ଏଟିଏମ୍ ମେସିନ୍ କୁ ତାଡ଼ି ଟଙ୍କା ଚୋରି ଉଦ୍ୟମ କରୁଥିବା ସି ସି ଟିଭି ରେ ଫୋଟୋ ଥିବା ସୁଚନା ମିଳିଛି। ସେହି ଏଟିଏମ୍ ରେ କେହି ସିକ୍ୟୁରିଟି ଗାର୍ଡ ନଥିବାରୁ ଏଟିଏମ ଦାୟିତ୍ତ୍ବରେ ଥିବା କର୍ମଚାରୀ ପ୍ରତ୍ୟେକ ଦିନ ଭଳି ଗତ ରାତିରେ ଏଟିଏମ ସଟର ବନ୍ଦ କରି ଘରକୁ ଯାଇଥିଲେ। ଗତ କାଲି ଉକ୍ତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ଯୋଗୁଁ ଅନ୍ଧାରର ସୁଯୋଗ ନେଇ ଚୋର ମାନେ ସଟର ଖୋଲି ମେସିନ୍ ତାଡ଼ି ଥିବା ବେଳେ ପୋଲିସ ପେଟ୍ରୋଲିଂ ଗାଡି ରାତି ପ୍ରାୟ ୨.୩୦ ବେଳେ ଆସିବା ଦେଖି ଘଟଣା ସ୍ଥଳରୁ ଚୋର ମାନେ ଚମ୍ପଟ ମାରିଥିଲେ। ଖବର ପାଇ ସଙ୍ଗେ ସଙ୍ଗେ ରାଇକିଆ ଥାନା ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ ପାତ୍ର ଘଟଣାସ୍ଥଳରେ ପହଞ୍ଚି ସିସି ଟିଭି ଯାଞ୍ଚ କରିଛନ୍ତି। ଏଟିଏମ୍ ମେସିନ ରୁ କେତେ ଟଙ୍କା ଚୋରି ହେଇଛି ବ୍ୟାଙ୍କ୍ କର୍ତ୍ତୃପକ୍ଷ ଙ୍କ ଯାଞ୍ଚ୍ ପରେ ଜଣାପଡ଼ିବ। ସେପଟେ ଥାନା ଅଧିକାରୀ ଚୋର ମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରୀ ରହିଥିବା ସୁଚନା ଦେଇଛନ୍ତି।