କଥାରେ ଦମ୍ ଅଛି
ଦିପ୍ତିମୟୀ ନାୟକ
କେବଳ ବଡ଼ ବଡ଼ କଥା କହିଦେଲେ ହେବନି | ବରଂ ଆମେ ଯେଉଁ କଥାଟା କହିବା ସେହି କଥାର କିଛି ଗୁରୁତ୍ୱ ଥିବା ଦରକାର | ନଚେତ ଆଜିର ଦିନରେ ଅଯଥା କଥାକୁ ନେଇ ଅଯଥା ଚର୍ଚ୍ଚା ଅନେକ ଲାଗିରହିଥାଏ | ଆଉ ଏହାରି ଭିତରେ ଯେଉଁମାନେ କେବଳ କଥାରେ ନୁହେଁ କାମରେ ମଧ୍ୟ କରିକି ଦେଖାନ୍ତି ସେମାନଙ୍କ ପାଇଁ ହୃଦୟରୁ ସ୍ନେହ, ଶ୍ରଦ୍ଧା ଆପେ ଆପେ ବଢିଯାଏ | ଆଉ ସେମିତି ଜଣେ ଯୁବ ପ୍ରତିଭା ହେଲେ ଯୁବ ସମାଜସେବୀ ପ୍ରକଶ | ଯିଏକି ଚନ୍ଦ୍ରଶେଖର ପୁରରେ ରୁହନ୍ତି | ଯାହାଙ୍କର କଥା ଅନେକ ସମୟରେ ଅନେକ ଲୋକଙ୍କୁ ପ୍ରେରଣା ଦେଇଛି | ଏବଂ କିଛି ଲୋକ ମଧ୍ୟ ତାଙ୍କ ନିଜସ୍ୱ ମନ୍ତବ୍ୟକୁ ଶୁଣି ବାଦବିବାଦ ସୃଷ୍ଟି କରିଛନ୍ତି | ହେଲେ ସେ କେବେବି ଏମାନଙ୍କୁ ଭୟ କରିନାହାନ୍ତି ସମାଜର ସାମାଜିକ କଲ୍ୟାଣ ନିମନ୍ତେ ସବୁବେଳେ ସେ ନିଜକୁ ବ୍ୟସ୍ତ ରଖିଛନ୍ତି | ସମାଜ ପାଇଁ ସବୁବେଳେ ଆଗକୁ ଆସି ଲୋକଙ୍କର ସେବା କରିଛନ୍ତି ଏବଂ ଅନେକ ଗୋରୁଗାଇଙ୍କର ସୁରକ୍ଷା ନିମନ୍ତେ ସ୍ୱର ଉଠାଇଛନ୍ତି | କାରଣ ସେ ଚାହାଁନ୍ତି ଏ ସମାଜରେ କିଛିଟା ପରିବର୍ତ୍ତନ ଘଟୁ | ଆଉ ଏହି ପ୍ରତିଭା ଜଣକ କେବଳ ସୋସିଆଲ ମିଡିଆରେ ନୁହେଁ ନିଜ ବାସ୍ତବ ଜୀବନରେ ମଧ୍ୟ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ | ଅନେକ ସମୟରେ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣିବାକୁ ଇଚ୍ଛା ହୁଏ ଆଉ ତାଙ୍କ ଭିଡିଓ ମାଧ୍ୟମରେ ସାମାଜିକ ବାର୍ତ୍ତା ହିଁ ତାଙ୍କ ଅସଲ ପରିଚୟ ଦେଇଥାଏ | କାରଣ ସେ ସଦା ସର୍ବଦା ଲୋକଙ୍କ ସେବାରେ ତତ୍ପର ଥାଆନ୍ତି | ଦୁଃଖୀ ଲୋକଙ୍କର ସାଥି ହୋଇ ଅନେକ ଲୋକଙ୍କ ମୁହଁରେ ହସ ଫୁଟାଇଛନ୍ତି |ତେବେ ରାତିର ନିଦକୁ ଆଖିରେ ରଖି ସରକାରଙ୍କ ପାଖରେ ପ୍ରତ୍ୟେକଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ମାଧ୍ୟମରେ ପହଁଚାଇ ପାରିଛନ୍ତି ପ୍ରକାଶ | କେତେବେଳେ ଅନୀତି, ଦୁର୍ନୀତିକୁ ବିରୋଧ ତ କେତେବେଳେ ଅର୍ଥନୀତି, ରାଜନୀତି ମୈଦାନର କିଛିଟା ଗୁମର | ଆଉ କେତେବେଳେ କୁଡ଼ିଆ ନଥିବା ଦୁଃଖିନୀ ମା’ର କୁଡ଼ିଆ କରି ପାଇଛନ୍ତି ଅନେକ ସ୍ନେହ, ଶ୍ରଦ୍ଧା, ଆଶୀର୍ବାଦ |ଯେମିତି କଥା କଥାରେ କୁହାଯାଏ ଆଜିର ଯୁବକ ଆଗାମୀ ଦିନର ଭବିଷ୍ୟତ ଠିକ ସେମିତି ଏ ହେଉଛନ୍ତି ଆଗାମୀ ଦିନର ଭବିଷ୍ୟତ | ଆଉ ୟାଙ୍କ ଭଳି ପ୍ରତ୍ୟେକ ଯୁବକ ଯଦି ନିଜକୁ ସମାଜ କାର୍ଯ୍ୟରେ ସବୁବେଳେ ନିୟୋଜିତ କରିବେ ତେବେ କାହାର ଦୁଃଖିନୀ ମା’କୁ ତାର ପୁଅ ମିଳିଯିବ ତ ଆଉ କାହାର ଭାଇ | ଏବଂ ଯେତିକି ଦୁର୍ନୀତି ହେଉଛି ତାହାର ହିସାବ ମଧ୍ୟ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ହିଁ ଲୋକେ ଜାଣିପାରିବେ | ପ୍ରତ୍ୟେକ ଲୋକ ବୁଝିପାରିବେ ସେମାନଙ୍କ ଗୁରୁତ୍ୱ କଣ | କାରଣ ଅନ୍ୟମାନେ ଲୋକ ମାନଙ୍କୁ ଠକି ଠକି ଲୋକଙ୍କୁ ଦେବାଳିଆ କରିଦେଉଛନ୍ତି ହେଲେ ଏହି ଲୋକ ସେହି ମାନଙ୍କୁ ବିଶ୍ୱାସ କରି ବାରମ୍ବାର ଠକାମୀର ଶିକାର ହେଉଛନ୍ତି | ସତ କହିବାକୁ ଗଲେ ଅନ୍ୟ ଅର୍ଥରେ ଯେତିକି ମିଥ୍ୟା ପ୍ରଚାର ଚାଲେ ସେତେବେଳେ ଏହିଭଳି ଯୁବକ ମାନେ ହିଁ ସେସବୁକୁ ବିରୋଧ କରନ୍ତି | ଏମାନେ ନିଜ ପାଇଁ କେବେବି ଚିନ୍ତା କରନ୍ତିନି ବରଂ ସେ ଯେବେବି କିଛି ଚିନ୍ତା କରନ୍ତି ଅନ୍ୟ ମାନଙ୍କ ପାଇଁ | ଜୀବନର ଆବଶ୍ୟକତା ସହ ମୂଳାଚାଲ କରନ୍ତିନି ବରଂ ଅନ୍ୟ ମୁହଁରେ ହସ ଫୁଟାଇ ଖୁସି ଟିକକ ପାଆନ୍ତି | ଯେବେ ଯେବେ ଅସାଧୁଙ୍କ ତାଲିକା ବଢ଼ି ଚାଲିବ ସେବେ ସେବେ ଏହିଭଳି ଯୁବକ ଆସି ଏମାନଙ୍କ ଗୁମର ଖୋଲି ସତ୍ୟକୁ ସାମ୍ନାକୁ ଆଣିବେ |କାରଣ ଏମାନଙ୍କ ଉଦେଶ୍ୟ ମହାନ | କର୍ମ ମହାନ | ଆଉ ଏହି ମହାନତା ଭିତରେ ନିଜକୁ ଜଣେ ସାଧାରଣ ମଣିଷ ଭାବି ସମାଜ କାର୍ଯ୍ୟରେ ନିଜକୁ ସବୁବେଳେ ନିୟୋଜିତ କରି ନିଜ ଭୋକ, ଶୋଷ ଭୁଲିଯିବା ଏହା କୌଣସି ମହାନ କାର୍ଯ୍ୟାଠାରୁ କମ ନୁହେଁ | ୟାଙ୍କୁ ହିଁ କୁହାଯାଏ ଏମାନଙ୍କ କଥାରେ ଦମ୍ ଅଛି |ହେଲେ ଦୁଃଖର ବିଷୟ ଯେଉଁମାନେ ପ୍ରକୃତ ସମାଜସେବୀ ନୁହଁନ୍ତି ସେମାନେ ବାଃ ବାଃ ମୁଣ୍ଡେଇ ବୁଲିବା ପାଇଁ ଲୋକ ଦେଖାଣିଆ କାର୍ଯ୍ୟ କରନ୍ତି | ଆଉ ଯେଉଁମାନେ ପ୍ରକୃତ ସମାଜସେବୀ ସେମାନଙ୍କୁ ଏହି କିଛି ଲୋକ ହିଁ ବିରୋଧ କରନ୍ତି | କାରଣ ଯେଉଁ ମାନଙ୍କ କଥାରେ ଦମ୍ ଅଛି ସେହି ମାନଙ୍କୁ ଯଦି ଆମେମାନେ ଉତ୍ସାହିତ କରିବା ତେବେ ଆମ ସମାଜର କିଛି ମଙ୍ଗଳ ହୋଇପାରିବ କିନ୍ତୁ ଯେଉଁ ମାନଙ୍କ ଦ୍ୱାରା କୌଣସି କାର୍ଯ୍ୟ ସମ୍ଭବ ନୁହେଁ | ସେମାନଙ୍କୁ ପ୍ରୋତ୍ସାହନ ଦେଇ କଣ ଲାଭ ପାଇବା କାରଣ ସେମାନଙ୍କ ଅନ୍ତରରେ ଭଲପାଇବା ନଥାଏ କେବଳ କ୍ୟାମେରା ଭିତରେ ଫୋଟ କଏଦ ହେବାପାଇଁ ମୁହଁରେ ହସ ଥାଏ | ଅବଶ୍ୟ ଯେଉଁମାନେ କେବଳ କ୍ୟାମେରା ଆଗରେ ନୁହେଁ ସତରେ ସବୁବେଳେ ଲୋକଙ୍କ ମୁହଁରେ ଦିଅନ୍ତି ସେମାନଙ୍କୁ ହୁଏତ ଏ ଦୁନିଆର ଲୋକ ଖୁବ କମ ବୁଝନ୍ତି |


