କଦଳୀ ରସରେ ପ୍ରସ୍ତୁତ ହେବ ପରିବେଶ ଅନୁକୂଳ ସ୍ୟାନିଟରି ନ୍ୟାପକିନ୍

୧୨୦ ଥର ହୋଇପାରିବ ବ୍ୟବହାର ଆଇଆଇଟି ଦିଲ୍ଲୀ ସହିତ ଜଡ଼ିତ ଏକ ଷ୍ଟାର୍ଟଅପ ୧୨୦ ଥର ବ୍ୟବହାର କରାଯାଇପାରିବା ଭଳି ସ୍ୟାନିଟରି ନ୍ୟାପକିନ୍ ପ୍ରସ୍ତୁତ କରାଯାଇଛି । ଏହି ନ୍ୟାପକିନ୍ର ସ୍ୱତନ୍ତ୍ରତା ହେଉଛି ଯେ, ଏହାକୁ କଦଳୀ ରସରେ ପ୍ରସ୍ତୁତ କରାଯାଇଛି । ଏହା ୨ବର୍ଷ ପର୍ଯ୍ୟନ୍ତ ଚାଲିପାରିବ ଏବଂ ଏହାକୁ ୧୨୦ ଥର ବ୍ୟବହାର କରାଯାଇପାରିବ ।\nଆଇଆଇଟି ଦିଲ୍ଲୀର ପ୍ରଫେସରଙ୍କ ସାହାଯ୍ୟରେ “ସ୍ୟାନଫେ’ ସଂସ୍ଥା ଦ୍ୱାରା ତିଆରି କରାଯାଇଥିବା ଦୁଇଟି ନ୍ୟାପକିନ୍ ମୂଲ୍ୟ ୧୯୯ ଟଙ୍କା ରଖାଯାଇଛି । ଷ୍ଟାର୍ଟଅପ୍ର ସଂସ୍ଥାପକ ଅର୍ଚିତ ଅଗ୍ରୱାଲଙ୍କ କହିବାନୁସାରେ, ଅଧିକାଂଶ ସ୍ୟାନିଟରି ନ୍ୟାପକିନ୍ ସିନ୍ଥେଟିକ୍ ସାମଗ୍ରୀ ଓ ପ୍ଲାଷ୍ଟିକ୍ରେ ବନାଯାଇଥାଏ । ଏହାକୁ ମାଟିରେ ମିଶିବାକୁ ୫୦ରୁ ୬୦ବର୍ଷ ପର୍ଯ୍ୟନ୍ତ ଲାଗିଥାଏ । ବ୍ୟବହାର କରାଯାଉଥିବା ନ୍ୟାପକିନ୍କୁ ଅଳିଆଗଦା, ଖୋଲା ସ୍ଥାନ, ନାଳ, ନଦୀରେ ପକାଇ ଦିଆଯାଇଥାଏ, ନଚେତ ଜଳାଇ ଦିଆଯାଇଥାଏ । ଏହା ପରିବେଶକୁ ନଷ୍ଟ କରିବା ସହିତ ନ୍ୟାପକିନ୍କୁ ଜଳାଇବା ଦ୍ୱାରା ଏଥିରୁ ବାହାରୁ ଥିବା ବିଷାକ୍ତ ଗ୍ୟାସ୍ ବାୟୁ ପ୍ରଦୂଷଣ କରିଥାଏ । ଏହାକୁ ଦୃଷ୍ଟିରେ ରଖି ଏଭଳି ନ୍ୟାପକିନ୍ ପ୍ରସ୍ତୁତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ