କନକଦୁର୍ଗାଙ୍କ ଶାରଦୀୟ ପର୍ବ ଆରମ୍ଭ ;ହିଞ୍ଜିଳିକାଟୁରେ ପାର୍ବଣର ମାହୋଲ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଂଜିଳିକାଟୁ ପୌରାଂଚଳ ହିଂଜିଳି ସ୍ଥିତ ମା’ କନକଦୁର୍ଗାଙ୍କ ଶାରଦୀୟ ପର୍ବ ଗୁରବାର ମୁଳାଷ୍ଟମି ଠାରୁ ଆରମ୍ଭ ହୋଇଯାଇଛି । ପ୍ରତିବଷଁ ମୁଳାଷ୍ଟମି ଠାରୁ ଦଶହରା ବର୍ଯ୍ୟନ୍ତ ଷୋଡ଼ସ ପର୍ବ ପାଳନ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ଯୋଡ଼ା ଆଶ୍ୱିନ ସହ ମଳ ମାସ ପଡ଼ିଥିବା ହେତୁ ଏହି ପର୍ବ ଦୀର୍ଘ ୪୫ ଦୀନ ଧରି ଚାଲି ୨ୟ ମଳ ମାସର ମହାଷ୍ଟମିରେ ଉଦଯାପିତ ହେବ । ଚଳିତବର୍ଷ କରୋନା କଟକଣା ଓ ସରକାରଙ୍କ କୋଭିଡ଼ କଟକଣା ଅନୁସାରେ ନିୟମ ପାଳନ ହେବ ବୋଲି ମନ୍ଦିର କମିଟି ସୁତ୍ରରୁ ପ୍ରକାଶ । ପ୍ରତିବର୍ଷ ସହସ୍ରାଧିକ ଭକ୍ତଙ୍କ ଭିଡ଼ ଜମୁଥିବା ବେଳେ ବର୍ତମାନ କରୋନା କଟକଣା ଯୋଗୁଁ ମନ୍ଦିର ଭକ୍ତ ବିହୀନ ହୋଇପଡ଼ିଛି । ଏଥି ସକାଶେ ସ୍ଥାନୀୟ ପୌରାଂଚଳ ସମେତ ସ୍ଥାନୀୟ ବ୍ଳକ ବୁରୁପୋଡ଼ାର ଶ୍ୟାମଳାଇ ପୀଠ ଚଳଚଂଚଳ ହୋଇ ଉଠିଛି । ମା’ କନକଦୁର୍ଗା ହିଞ୍ଜିଳି, ମାଁ ଶ୍ୟାମାକାଳୀ, ମା’ ଶ୍ୟାମଳାଇ ପୀଠ ରେ ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଶାରଦୀୟ ପୂଜା ଆରମ୍ଭ ହୋଇଛି । । ଗୁରୁବାର ଠାରୁ ଦଶହରା ପର୍ଯ୍ୟନ୍ତ୪୫ ଦିନ ମା’ ବିଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଗୁରୁବାର ସନ୍ଧ୍ୟାରେ କଳସ ଶୋଭାଯାତ୍ରା ପରେ ପୂଜା ଆରମ୍ଭ ହୋଇଥିଲା । ଶୁକ୍ରବାର ଠାରୁ ପ୍ରତ୍ୟେହ ଭୋର ସକାଳ ୪ ଟାରେ ମାର୍ଜଣା, ସାଢେ ୪ ଟାରେ ମଙ୍ଗଳ ଆଳତି, ସାଢେ ୫ ଟାରେ କାଠି ଆଳତି, ପୂର୍ବାହ୍ନ ୧୧ ଟାରେ ଅନ୍ନଭୋଗ, ଅପରାହ୍ନ ୧ ଟାରେ ସିଂଙ୍ଗାର ପରେ ପହଡ଼ ଓ ସନ୍ଧ୍ୟା ୭ ଟାରେ ସନ୍ଦ୍ୟା ଆଳତି ଓ ୮ ଟାରେ ଚଣ୍ଡିପାଠ, ରାତି ୯ ଟାରେ ରାଜଭୋଗ, ମଧ୍ୟରାତିରେ ଆଳତି ପରେ ପହଡ଼ ହେବ ବୋଲି ମନ୍ଦିର ପୂଜା ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି । ମହାମାରୀ କରୋନା ଠାରୁ ରକ୍ଷା ଲାଗି ଗ୍ରାମବାସୀଙ୍କ ଠାରୁ ସେବାୟତ ଓ ପୁରୋହିତମାନେ ମାନେ ସ୍ୱତନ୍ତ୍ର ପୁଜାପାଠ କରିବାରେ ଲାଗି ପଡ଼ିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ