କନକ ଦୂର୍ଗା ପୀଠରେ ଅଷ୍ଟପ୍ରହର ନାମଯଜ୍ଞ
ଗଂଜାମ (ଯୁଗାବ୍ଦ ନ୍ୟୁଜ୍):ଗଂଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ଗ୍ରାମ ପଂଚାୟତ ର ଖଟୁଆକୁଦା ଗ୍ରାମ ସ୍ଥିତ ମା କନକ ଦୂର୍ଗା ପୀଠ ରେ ପବିତ୍ର ଶାରଦୀୟ ପୂଜା ଅବସରରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଅଧିବାସ , କଳସ ଯାତ୍ରା, ଶୁକ୍ରବାର ଦିନ ହୋଇଥିଲା । ଶନିବାର ଦିନ ନାମଯଜ୍ଞ ଆରମ୍ଭ ହୋଇଥିବା ବେଳେ , ଗତ ତିନି ଦିନ ଧରି ମା ଙ୍କ ପୀଠ ରେ ପୂଜା, ହୋମ , ଚଣ୍ଡୀ ପାଠ, ଆରମ୍ଭ ହୋଇଛି । ଏହି କାର୍ୟ୍ୟକ୍ରମ ରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ଯଥା ନିଳାଦ୍ରୀ ପୁର, କଣ୍ଟିଆ ଗଡ଼, ବୋରିଗାଁ, ମୟୁରପଦା, ସମେତ ବହୁ ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ । ଏହାକୁ ଗ୍ରାମବାସୀ ପରିଚାଳନା କରିଥିଲେ । ଏହା ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ଭକ୍ତ ଭିଡ଼ ଜମିଥିଲା ।