କନତ ନୁର୍ତାଜିନ୍ ପତ୍ରକୁ ଦେଉଛନ୍ତି ନୂଆ ଜୀବନ

ଗଛରୁ ପତ୍ର ଝଡ଼ିଯିବାପରେ ରହେନା ତା’ର ଅସ୍ତିତ୍ୱ । ଭୂମିରେ ବିଛେଇ ହୋଇ ରହେ । ଆଉ କିଛି ଦିନ ପରେ ସେଇ ଭୂମିରେ କେଉଁଆଡ଼େ ଲୀନ ହୋଇଯାଏ । କିନ୍ତୁ କାଜାଖସ୍ତାନର କନତ ନୁର୍ତାଜିନ୍ ନାମକ ଜଣେ କଳାକାର ସେଇ ପତ୍ରକୁ ନିଜ କାରିଗରିର ଯାଦୁରେ ଦେଉଛନ୍ତି ନୂଆ ଜୀବନ । ୪ ବର୍ଷ ପୂର୍ବେ ସେ “୧୦୦ ମେଥଡ୍ସ ଅଫ୍ ଡ୍ରଇଂ’ ନାମକ ଏକ ପ୍ରୋଜେକ୍ଟ ଆରମ୍ଭ କରିଥିଲେ, ଯେଉଁଥିପାଇଁ ସେ ବିଭିନ୍ନ ଉପାୟରେ ନିଜ କଳାକୁ ପରଖିଥିଲେ । ଏହି ସମୟରେ ସେ ପତ୍ରକୁ କାଟି ସେଥିରେ ଚିତ୍ର କରିବାକୁ ଚେଷ୍ଟା କରିଥିଲେ । ଆଉ ସେଥିରେ ସଫଳ ବି ହେଲେ । କନତ ପାଲଟିଗଲେ ଲିଫ୍ କଟିଙ୍ଗ କଳାର ଜନକ । ପତ୍ରରେ ଚିତ୍ର କରି ତା’କୁ ରେଜର୍ରେ କାଟି ସେ ବିଭିନ୍ନ କାହାଣୀକୁ ଉତାରିଲେ । ଆଉ ସେସବୁକୁ ଉଚିତ ସ୍ଥାନରେ ରଖି ଏଭଳି ଆଙ୍ଗେଲ୍ରୁ ଫଟୋ ଉଠାଇଲେ ଯେ, ତାହା ବାସ୍ତବ ଲାଗିଲା । କନତ ପରେ ଏହି ଚିତ୍ରିତ ପତ୍ରକୁ ମୋଟା କାର୍ଡ ବୋର୍ଡରେ ଅଠା ଲଗାଇ ସାଇତି ରଖନ୍ତି । ଯେମିତି କି ତାହା ଦୀର୍ଘଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ