କନିକାରାଜା ଶୀବେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ରିଲିଫ ପାଣ୍ଠିକୁ ୫୦ହଜାର ଟଙ୍କା ଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କନିକା ମନ୍ଦିର ସମୁହ ପକ୍ଷରୁ ଟ୍ରଷ୍ଟି ତଥା କନିକାର ରାଜା ଶୀବେନ୍ଦ୍ର ନାରାୟଣ ଭଞ୍ଜଦେଓ ଗୁରୁବାର ଅପରାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ତାଙ୍କ ଗରାପୁରସ୍ଥିତ ଆବାସୀକ କାର୍ଯ୍ୟାଳୟରେ ଭେଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କୋଭିଡ ସହାୟତା ନିମନ୍ତେ ୫୦ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି । ଏଥିସହିତ କନିକା ଇଷ୍ଟେଟ ଅଧିନରେ ଥିବା ସମସ୍ତ ମନ୍ଦିର ସାଧାରଣ ଲୋକଙ୍କ ଦର୍ଶନ ନିମନ୍ତେ ଖୋଲାଯିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ଏହାସହ କନିକାରେ ଏକ ବସଷ୍ଟାଣ୍ଡ ନିର୍ମାଣ କରାଯିବା ପାଇଁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଛନ୍ତି କନିକା ରାଜା ଶ୍ରୀ ଭଞ୍ଜଦେଓ । ଏହି ଆଲୋଚନା ସମୟରେ ରାଜା ଶ୍ରୀ ଭଞ୍ଜଦେଓଙ୍କ ସହ ବରିଷ୍ଟ ସାମ୍ବାଦିକ ଶୁଭ୍ରାଂଶୁ ସୁତାର ମଧ୍ୟ ଉପସ୍ଥିତ ଥିଲେ । ଏହାପରେ ରାଜା ଶ୍ରୀ ଭଞ୍ଜଦେଓ କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡସ୍ଥିତ ଡାଇମଣ୍ଡ ଜୁବୁଲି ଲାଇବ୍ରେରୀକୁ ଆସି ପରିଦର୍ଶନ କରି ଫେରିଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ