କନିଷ୍ଠ ରାଜସ୍ୱ ସହାୟକ ନିଲମ୍ବିତ
ଯାଜପୁର (ଓ୍ବାଇଏନ୍ଏସ୍) : ବିନାଅନୁମତିରେ ଛୁଟିରେ ରହିବା ଓ ଉପରିସ୍ଥ ଅଧିକାରୀଙ୍କ ଆଦେଶ ଅବମାନନା କରିବା ଯୋଗୁ ସୁକିନ୍ଦା ତହସିଲର କନିଷ୍ଠ ରାଜସ୍ୱ ସହାୟକ ବା ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଅନିଲ କୁମାର ବାନାରାଙ୍କୁ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ବୁଧବାର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଓଡି଼ଶା ସିଭିଲ ସର୍ଭିସ ଆଇନ ୧୯୬୨ ରୁଲ ୧୨ ଅନୁଯାୟୀ ଶ୍ରୀ ବାନାରାଙ୍କୁ ନିଲମ୍ବନ ସହ ନିଲମ୍ବନ ସମୟରେ ତାଙ୍କର କାର୍ଯ୍ୟସ୍ଥଳ ଜିଲ୍ଲା କାର୍ଯ୍ୟାଳୟକୁ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା କାର୍ଯ୍ୟାଳୟର ସଂସ୍ଥା ଅଧିକାରୀ କାଜଲ ପ୍ରଧାନ ସୂଚନା ଦେଇଛନ୍ତି ।