କନ୍ଦରାସୁର ରାଜଦରବାର ମହୋତ୍ସବ ଉଦ୍‌ଘାଟିତ

କେନ୍ଦ୍ରାପଡ଼ା – କନ୍ଦରାସୁର ରାଜଦରବାର ଓ ତୁଳସୀ ବିବାହ ମହୋତ୍ସବ ରବିବାର ସଂନ୍ଧ୍ୟାରେ ମହାଆଡମ୍ବରରେ ଉଦଘାଟିତ ହୋଇଯାଇଛି । କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ମୂଖ୍ୟ ଅତିଥିଭାବେ ଯୋଗ ଦେଇ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଆୟୋଜକ ତୁଳସୀକ୍ଷେତ୍ର ପରିବାରର କାର୍ଯ୍ୟକାରୀ ସଭାପତି ବିଜୟ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସମ୍ମାନିତ ଅତିଥିଭାବେ ନେପାଳ ସାମନ୍ତ, ବୈଜ୍ଞାନିକ ରାଜ ଗୋପାଳ ମହାନ୍ତି ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ନିରଞ୍ଜନ ମେକାପ ଯୋଗଦେଇଥିଲେ । ଅତିଥିମାନେ ଶ୍ରୀ ବଳଦେବ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ବରଗଡର ଧନୁଯାତ୍ରା ଢାଞ୍ଚାରେ ଏହି ଉତ୍ସବ ପାଳନ କରାଯିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସକାଳେ ଇଛାପୁରସ୍ଥିତ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରୁ ପ୍ରଭୁ ବଳରାମଙ୍କ ପ୍ରତିମୃର୍ତ୍ତି ପୂଜାକରାଯାଇ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଆଜ୍ଞାମାଳକୁ ଏକ ବିରାଟ ଶୋଭାଯାତ୍ରାରେ ସଙ୍ର୍କୀତନ ମଣ୍ଡଳୀ ସହ କେନ୍ଦ୍ରାପଡା ସହର ପରିକ୍ରମା କରି ମହିପାଳସ୍ଥିତ କନ୍ଦରାସୁର ଦରବାରରେ ପହଞ୍ôଚଥିଲା । ପ୍ରଥମ ସଂନ୍ଧ୍ୟାରେ ଉଦ୍‌ଘାଟନ ପରେ ସହିତ୍ୟିକ ଶୁଭାଂଶୁ କୁମାର ଦାସଙ୍କ ଦ୍ୱାରା ସଂମ୍ପାଦିତ ପତ୍ରିକାକୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ । ଏହି ଅବସରରେ ସଙ୍ଗିତ ରତ୍ନ ଦିବାକର ମହାନ୍ତି ଓ ଶିଶୁ କଳାକାର ତେଜ ତନ୍ମୟଙ୍କୁ ଉପଢୈାକନ, ମାନପତ୍ର ସହିତ ଅର୍ଥରାଶି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସୋମବାର ସନ୍ଧ୍ୟାରେ କନ୍ଦରାସୁର ଦରବାର ଉପରେ ଖୋଲାମଞ୍ଚରେ ନାଟକ ପରିବେଷଣ ହେବ । ଉମାକାନ୍ତ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ଗଣେଶ୍ୱର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଓ ଶେଷରେ ରବୀନ୍ଦ୍ରନାଥ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଭାରେ ମୂଖ୍ୟ ଉପଦ୍ଦେଷ୍ଠା ସୁବାଷ ସ୍ୱାଇଁ, ଉପଦ୍ଦେଷ୍ଠା ଆକବର ଅଲ୍ଲୀ, ଧିରେନ ସାହୁ, ପ୍ରଦୀପ ମହାନ୍ତି, ଭାବଗ୍ରାହୀ ସିଂ, ଉପଦେଷ୍ଠା ଧିରେନ୍ଦ୍ର କୁମାର ଦାସ, ସଞ୍ଜୟ ମଲ୍ଲିକ, ତୁଷାର ଘୋଷ, ଶିଶିର ନାୟକ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ । ହଜାର ହଜାର ଦର୍ଶକ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ