କନ୍ଦଳେଇ ପାହାଡ଼ରେ କଳା-କବିତାର ଯୁଗଳବନ୍ଦୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସବୁଜିମାଭରା କନ୍ଦଳେଇ ପାହାଡ଼ରେ ଆଜି କଳା-କବିତାର ଏକ ମନୋଜ୍ଞ ଆସର ଅନୁଷ୍ଠିତ ହୋଇଯାଇଛି । ଧଉଳି ଚାରୁ ଓ କାରୁକଳା ମହାବିଦ୍ୟାଳୟ ପକ୍ଷରୁ ଏଠାରେ ଚିତ୍ରକଳା ଆୟୋଜନ କରାଯାଇଥିବାବେଳେ “ଧଉଳି ସାହିତ୍ୟ ସଂସଦ” ପକ୍ଷରୁ ଏଠାରେ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଚିନ୍ମୟୀ ଫାଉଣ୍ଡେସନ୍ ଟ୍ରଷ୍ଟ ସହଭାଗିତାରେ ଆୟୋଜିତ ଏହି ମନୋଜ୍ଞ ଆସରରେ ପଚାଶରୁ ଉର୍ଦ୍ଧ୍ୱ କବି ଓ କଳାକାର ଯୋଗଦେଇଥିଲେ । ଏହି ଅବସରରେ କବିତା ପାଠ କରିଥିଲେ କବି ନିରଞ୍ଜନ ନାୟକ, ସୁଧିର କୁମାର ଦାସ, କୈଳାସ ବେହେରା, ଚନ୍ଦ୍ରଶେଖର ପାଲ, ସମର ମହାନ୍ତି, ନବୀନ ପରିଡ଼ା, ଦିଲ୍ଲୀପ ସୁବୁଦ୍ଧି, ସବିତା ରଥ, ସ୍ୱର୍ଣ୍ଣଲତା ପତି ଏବଂ ଅନ୍ୟମାନେ । କବିତାଗୁଡ଼ିକୁ ସଂଯୋଜନା କରିଥିଲେ ଧଉଳି ସାହିତ୍ୟ ସଂସଦର ସଭାପତି ଅକ୍ଷୟ ସ୍ୱାଇଁ । ଚିତ୍ରକଳା କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଚିତ୍ର କୁମାର ମାଝୀ । କାର୍ଯ୍ୟକ୍ରମର ଆବାହକ ସାମାଜିକକର୍ମୀ ସୁଶାନ୍ତ ସାହୁ, ତ୍ରିଲୋଚନ ବେଉରା ଏବଂ କନ୍ଦଳେଇ ଗ୍ରାମବାସୀ କାର୍ଯ୍ୟକ୍ରମଟିକୁ ସୁଚାରୁ ଭାବେ ସମ୍ପାଦନା କରିଥିଲେ । ପାହାଡ଼ର ନୈସର୍ଗିକ ଆନନ୍ଦ ସମସ୍ତଙ୍କୁ ମୁଗ୍‌ଧ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ