କନ୍ଦ୍ରାପଡା ମହାବିଦ୍ୟାଳୟରେ ଆର୍ଥିକ ଅନିୟମିତତା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯେଉଁ କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଛି ସେଥିରେ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ପ୍ରମୋଦ କୁମାର ମିଶ୍ରଙ୍କର ହାତ ରହିଛି । ସେ କେନ୍ଦ୍ରାପଡା ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ଅଧ୍ୟାପକ ଜ୍ଞାନୀନ୍ଦ୍ର ଦାଶଙ୍କୁ ଏଥିରେ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ଉଦାହରଣ ସ୍ୱରୂପ ରୁଷା, ଇଗ୍ନୋ, ୟୁଜିସି, ବିଶ୍ୱବ୍ୟାଙ୍କ ଓ ଆଇ.ଡି.ପି. ପ୍ରଭୃତି ଯୋଜନାରେ ୭୨ଲକ୍ଷ ଟଙ୍କାର ଅନୁଦାନ କଲେଜକୁ ଆସିଥିଲା । ହେଲେ ସେହି ଅର୍ଥ ମହାବିଦ୍ୟାଳୟର ଉନ୍ନତି ପାଇଁ ବିନିଯୋଗ କରାନଯାଇ ହରିଲୁଟ କରାଯାଇଥିବା କଲେଜର ପୁରାତନ ଚାତ୍ର ଅଭିମନ୍ୟୁ ଗୋଛାୟତ ଉଚ୍ଚଶିକ୍ଷା ବିଭାଗକୁ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଉପରେ ଆଞ୍ଚଳିକ ଶିକ୍ଷା ବିଭାଗ ତଦନ୍ତ କରି ତା’ର ତଦନ୍ତ ରିପୋର୍ଟ ପତ୍ର ସଂଖ୍ୟା- ୧୯୮୭୧୪୧/ଏଚଇ/ଡବ୍ଲୁବି/ଓଏଚଇପିଇଇ/୨୦୧୮-୧୯ତା ୨୫.୦୩.୨୦୨୧ରିଖରେ ଉଚ୍ଚଶିକ୍ଷା ବିଭାଗକୁ ପଠାଇଛି । କିନ୍ତୁ ସେହି ତଦନ୍ତ ରିପୋର୍ଟ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହାବ୍ୟତିର ଏହି କଲେଜରେ ୧୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରହି ଆସିଥିବା ଅଧ୍ୟାପକମାନଙ୍କୁ ଏଠାରୁ ବଦଳି କରାଯିବାକୁ ଅଭିଯୋଗ ହୋଇଥିଲା । କାରଣ ଦୀର୍ଘଦିନ ଧରି ଏଠାରେ ଥିବା ଅଧ୍ୟାପକମାନଙ୍କ ମଧ୍ୟରୁ କେତେକ ମହାବିଦ୍ୟାଳୟରେ ହୋଇଥିବା କୋଟି କୋଟି ଟଙ୍କାର ସରକାରୀ ଅନୁଦାନ ଅର୍ଥର ଘୋଟାଲା ଓ ହରିଲୁଟରେ ଲିପ୍ତ ରହିଛନ୍ତି । ଏସମ୍ପର୍କରେ କଲେଜର ପୁରାତନଛାତ୍ର ଓ ବର୍ତ୍ତମାନର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ବିଭାଗ ସଂପୂର୍ଣ୍ଣ ଚୁପ ହୋଇ ବସିରହିିଛି । ପରନ୍ତୁ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ପ୍ରମୋଦ କୁମାର ମିଶ୍ରଙ୍କ ଭଳି କେତେକ ଦୁର୍ନୀତିଗ୍ରସ୍ତ ଅଧିକାରୀ କେନ୍ଦ୍ରାପଡା କଲେଜର ଅର୍ଥନୀତି ବିଭାଗର ରିଡର ଡ. ଜ୍ଞାନୀନ୍ଦ୍ର ଦାଶଙ୍କ ସହ ହାତ ମିଳାଇ ଦୁର୍ନୀତିକୁ ପ୍ରୋତ୍ସାହନ ପ୍ରଦାନ କରିବା ସହ ତାଙ୍କୁ କେନ୍ଦ୍ରାପଡା କଲେଜର ଅଧ୍ୟକ୍ଷ ପଦରେ ବେଆଇନ ଭାବରେ ଅଭିସିକ୍ତ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିଚାଲିଛନ୍ତି । ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଡବ୍ଲୁପିସି ନଂ- ୧୧୭୩୧/୨୦୨୩ରେ ନିର୍ଦେଶ ପ୍ରଦାନ ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦେଶନାମା ପ୍ରକାଶ ପାଇଥିଲା ଯେ +୨କଲେଜରୁ ଆସିଥିବା ଅଧ୍ୟାପକ +୩କଲେଜର ଅଧ୍ୟକ୍ଷ ହୋଇପାରିବେ ନାହିଁ । କିନ୍ତୁ ପୂର୍ବତନ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ଅବସର ନେବାର ୨୦ଦିନ ପୂର୍ବରୁ ସ୍ୱତନ୍ତ୍ର ଶାସନ ସଚିବ ପ୍ରମୋଦ କୁମାର ମଶ୍ର କେନ୍ଦ୍ରାପଡା କଲେଜକୁପତ୍ର ସଂଖ୍ୟା- ୪୯୦୫୩/ଏଚଇ ତା ୯.୧୧.୨୦୨୩ରିଖ ପ୍ରଦାନ କଲେ । ସେଥିରେ ଉଲ୍ଲେଖ ଥିଲା ଯେ ଅର୍ଥନୀତି ବିଭାଗର ରିଡର ଡ. ଜ୍ଞାନୀନ୍ଦ୍ର ଦାଶଙ୍କୁ କଲେଜର ଅଧ୍ୟକ୍ଷ ତଥା ପରିଚାଳନା ପରିଷଦର ସମ୍ପାଦକ ଦାୟୀତ୍ୱ ସହ ଡି.ଡି.ଓ. ଦାୟୀତ୍ୱ ପ୍ରଦାନ କରାଗଲା । ଯାହା ଆଇନତଃ ଠିକ ନୁହେଁ । କାରଣ ତାଙ୍କ ଅପେକ୍ଷା କଲେଜରେ ବହୁ ବରିଷ୍ଠ ଅଧ୍ୟାପକ/ଅଧ୍ୟାପିକା ଅଛନ୍ତି । ସ୍ୱତନ୍ତ୍ର ସଚିବ ଜ୍ଞାନୀନ୍ଦ୍ର ଦାଶଙ୍କ ଠାରୁ ଆର୍ଥିକ ଅନୁଗୃହିତ ହୋଇ ତାଙ୍କୁ ଏହି ଦାୟୀତ୍ୱ ଅର୍ପଣ କରିଥିଲେ । କାରଣ ସେ ଜଣେ କନିଷ୍ଠ ଓ +୨କଲେଜରୁ ଆସିଥିବା ଅଧ୍ୟାପକ । ସେଥିପାଇଁ ତାଙ୍କ ବିରୋଧରେ ପୁରାତନ ଛାତ୍ର ଅଭିମନ୍ୟୁ ଗୋଛାୟତ ଉଚ୍ଚ ଶିକ୍ଷା ବିଭାଗକୁ ଅଭିଯୋଗ କରିଥିଲେ । ପୁନର୍ବାର ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ପ୍ରମୋଦ କୁମାର ମିଶ୍ର ଓଡିଶା ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବା ଡବ୍ଲୁପିସି ନଂ- ୩୮୩୯୧/୨୦୨୩(ଅଶୋକ କୁମାର ମିଶ୍ର ଭିଆରଏସ- ଷ୍ଟେଟ ଅଫ ଓଡିଶା ଆଣ୍ଡ ଅଦର୍ସ) ନିମନ୍ତେ ପତ୍ର ସଂଖ୍ୟା- ୫୨୪୩୭/ଏଚଇ ତା ୩୦.୧୧.୨୦୨୩ରିଖରେ ଏକ ପତ୍ର ଓଡିଶା ଆଡଭୋକେଟ ଜେନେରାଲଙ୍କୁ ପଠାଇ ସେଥିରେ ଉଚ୍ଚ ନ୍ୟାୟାଳୟକୁ ସ୍ୱତନ୍ତ୍ର ଭାବେ ନିବେଦନ କରିଥିଲେ ଯେ କେନ୍ଦ୍ରାପଡା କଲେଜର ଅର୍ଥନୀତି ବିଭାଗ ରିଡର ଡ. ଜ୍ଞାନୀନ୍ଦ୍ର ଦାଶଙ୍କୁ ଅନୁନ୍ୟ ୭ଦିନ ପାଇଁ କେନ୍ଦ୍ରାପଡା କଲେଜର ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଉ । ଯଦିଚ ଡ. ଦାଶ ଆଇନତଃ କଲେଜର ଅଧ୍ୟକ୍ଷ ହୋଇପାରିବେନି ବୋଲି ସ୍ୱତନ୍ତ୍ର ସଚିବ ପୂର୍ବରୁ ଜାଣିଥିଲେ । ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଡବ୍ଲୁପିସି ନଂ- ୧୧୭୩୧/୨୦୨୩ର ନିର୍ଦେଶନାମାକୁ ଉଲ୍ଲଙ୍ଘନ କରି କିପରି ଉଚ୍ଚଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ ଆଡଭୋକେଟ୍ ଜେନେରାଙ୍କୁ ଏଭଳି ପତ୍ର ଲେଖିଲେ ତାହାର ତଦନ୍ତ କରାଯିବା ଉଚିତ । ୭୨ଲକ୍ଷ ଟଙ୍କାର ବିଭିନ୍ନ ସରକାରୀ ଅନୁଦାନକୁ ଅର୍ଥନୀତି ବିଭାଗ ଅଧ୍ୟାପକ ଡ. ଜ୍ଞାନୀନ୍ଦ୍ର ଦାଶ ଲୁଟ କରିଥିବା ପୁରାତନ ଛାତ୍ର ଅଭିମନ୍ୟୁ ଗୋଛାୟତ ଉଚ୍ଚଶିକ୍ଷା ବିଭାଗକୁ ପୂର୍ବରୁ ଅଭିଯୋଗ କରିଥିଲେ ବି ତାଙ୍କ ବିରୋଧରେ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ କାରଣ ସ୍ୱତନ୍ତ୍ର ସଚିବ ଶ୍ରୀ ମିଶ୍ରଙ୍କ ସହ ତାଙ୍କର ବେଆଇନ ଅର୍ଥନୈତିକ ସମ୍ପର୍କ ରହିଛି ।ତେଣୁ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ପ୍ରମୋଦ କୁମାର ମିଶ୍ର ଏବଂ କେନ୍ଦ୍ରାପଡା କଲେଜର ଅର୍ଥନୀତି ବିଭାଗ ରିଡର ଅଧ୍ୟାପକ ଜ୍ଞାନୀନ୍ଦ୍ର ଦାଶଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଯିବାକୁ ପୁରାତନ ଛାତ୍ର ପ୍ରତାପ ମହାନ୍ତି, ଭାଗିରଥୀ ଜେନା ଓ ଚିତ୍ତରଞ୍ଜନ ଦାସ ପ୍ରମୁଖ ରାଜ୍ୟପାଳଙ୍କ ନିକଟରେ ଦାବି କରିଛନ୍ତି । ଏହାବ୍ୟତିତ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ମଧ୍ୟ ଉଭୟଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ଦ୍ୱାରା ତ୬ଦନ୍ତ କରାଯିବାକୁ ଦାବି କରିଛନ୍ତି ।