କନ୍ଧମାଳକୁ ରେଳ ସଂଯୋଗ ନେଇ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦାବି

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳକୁ ରେଳ ସଂଯୋଗ ନେଇ ସାଂସଦ ଅଚ୍ୟୁତ ସାମନ୍ତ କେନ୍ଦ୍ର ରେଳ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ତାଙ୍କର ଦାବି ସଂପର୍କରେ ପୁନର୍ବାର ମନେ ପକାଇଦେଇଛନ୍ତି। ସାଂସଦ ଶ୍ରୀ ସାମନ୍ତ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ସୌଜନମୂଳକ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ସମୟରେ କନ୍ଧମାଳ ଜିଲ୍ଲାର ୧୦୯୪ ଗ୍ରାମରେ ୪ଜି ମୋବାଇଲ ଟାୱାର ବସାଇବା ପାଇଁ ପଦକ୍ଷେପ ନେଇଥିବାରୁ ଶ୍ରୀ ସାମନ୍ତ ଶ୍ରୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ଶ୍ରୀ ସାମନ୍ତ ତାଙ୍କୁ କନ୍ଧମାଳ ଜିଲ୍ଲାକୁ ରେଳ ଯୋଗଯୋଗ ନେଇ ପଦକ୍ଷେପ ନେବାକୁ ପୂର୍ବରୁ କରିଥିବା ଅନୁରୋଧ ସମ୍ପର୍କରେ ମନେ ପକାଇ ଦେଇଥିଲେ। ଏହା ଉପରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ। ସୂଚନାଯୋଗ୍ୟ, ଶ୍ରୀ ସାମନ୍ତ କନ୍ଧମାଳ ସାଂସଦ ହେବା ଦିନଠାରୁ କନ୍ଧମାଳକୁ ରେଳ ସଂଯୋଗ ନେଇ ତାଙ୍କର ପ୍ରୟାସ ଜାରି ରଖିଆସିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ