କନ୍ଧମାଳରେ ଆଜି ୪୪ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗୁରୁବାର କନ୍ଧମାଳ ରେ ପୁଣି ୪୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୨୩୦୧ରେ ପହଂଚିଛି।ସେଥିରୁ ଆଜି ପର୍ଯ୍ୟନ୍ତ ୧୯୬୬ଜଣ ସୁସ୍ଥ ହୋଇ ସେମାନଙ୍କ ର ଘରକୁ ଫେରିଛନ୍ତି।ଜିଲ୍ଲା ରେ ୧୨ ଜଣଙ୍କ କରୋନା ରେ ମୃତ୍ୟୁ ଘଟିଛି।ଅନ୍ୟାନ୍ୟ କୋଭିଡ଼ ହସ୍ପିଟାଲରେ ଆଉ ୩୨୩ଜଣ ଚିକିତ୍ସିତ ହେଉଛନ୍ତି।ତେବେ ଆଜି ଜିଲ୍ଲାର ଚିହ୍ନଟ ହୋଇଥିବା ଆକ୍ରାନ୍ତ ସଂଖ୍ୟା ୪୪ ମଧ୍ୟରୁ ୧୩ ଜଣ ପୁରୁଷ ହୋଇଥିବା ବେଳେ ୩୧ଜଣ ମହିଳା ।ସେମାନଙ୍କ ମଧ୍ୟରୁ ଫୁଲବାଣୀର ୦୮ଜଣ ହୋଇଥିବା ବେଳେ, ଜି ଉଦୟଗିରିର ୮ଜଣ ଟିକାବାଲି ୨ ଜଣ, ଦାରିଙ୍ଗବାଡିର ୬ ଜଣ, କ ନୂଆ ଗାଁର ୨ ଜଣ, ଫିରିଙ୍ଗିଆ ର ୪ଜଣ, ଚକାପାଦ ର ୩ ଜଣ, ରାଇକିଆ ର ଜଣେ,କୋଟଗଡ ର ୪ ଜଣ, ବାଲିଗୁଡା ର ୪ଜଣ ଓ ଅନ୍ୟାନ୍ୟ୨ ଜଣ ରହିଥିବା ନେଇ କନ୍ଧମାଳ ଜିଲ୍ଲାପାଳ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି।ଭୟଭିତ ନହୋଇ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ,ମାସ୍କ ପିନ୍ଧନ୍ତୁ ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ