କନ୍ଧମାଳରେ ଇ-ଲୋକଅଦାଲତ ଅନୁଷ୍ଠିତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ଫୁଲବାଣୀ ଅଦାଲତ ପରିସରରେ ଏକ ଇ-ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଜଜ୍‍ ସାରଦା ପ୍ରସାଦ ନାୟକ, ପରିବାର ଅଦାଲତ ଜଜ୍‍ ନିରଂଜନ ପଣ୍ଡା, ଭିଜିଲାନ୍ସ ଜଜ୍‍ ସତ୍ୟପୀର ମିଶ୍ର, ଚିଫ୍‍ ଜୁଡିସିଆଲ ମାଜିଷ୍ଟ୍ରଟ୍‍ ରଂଜିତା ଝ୍ୟୋତିଷ, ଏସଡିଜେମ୍‍, ଜେଏମଏଫସି ପ୍ରମୁଖ ଅନଲାଇନରେ ଉପସ୍ଥିତ ରହି ଅନେକ ସ୍ଥଗିତ ଥିବା ମାମଲାର ବିଚାର କରି ଫଇସଲା କରିଥିଲେ। ଅର୍ଥକାରବାର ସମ୍ପର୍କିତ ୯ଟି ମାମଲାରେ ଫଇସଲା କରି ୮ ଲ କ୍ଷ୧୮ ହଜାର ଟଙ୍କା , ୬ଟି ମୋଟର ଦୁର୍ଘଟଣା ସମ୍ପର୍କିତ ମାମଲାର ଫଇସଲା କରି ୨୭ ଲକ୍ଷ ୩୦ ହଜାର ଟଙ୍କା, ୩ଟି କ୍ରିମିନାଲ କମ୍ପାଉଂଡେବଲ୍‍ ମାମଲା ଓ ୪ଟି ପରିବାର ବିବାଦ ମାମଲା ର ଫଇସଲା କରାଯାଇ ୬୪ ହଜାର ଟଙ୍କା କ୍ଷତିପୁରଣ ଆଦେଶ ଦିଆଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ