କନ୍ଧମାଳରେ କରୋନା
କନ୍ଧମାଳ : ଫୁଲବାଣୀର ଜଣେ ଡାକ୍ତରୀ ଛାତ୍ରଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ ହୋଇଛି । ଚୀନ୍ରେ ଏମ୍ବିବିଏସ୍ କରୁଥିବାରୁ କରୋନା ଆକ୍ରାନ୍ତ ହୋଇଥିବାର ସନ୍ଦେହ କରାଯାଉଛି । ଗତ ୧୧ ତାରିଖରେ ଚୀନ୍ରୁ ଫେରିଥିଲେ ଏହି ଅସୁସ୍ଥ ଡାକ୍ତରୀ ଛାତ୍ର ଜଣଙ୍କ । ଘରକୁ ଫେରିବା ଦିନଠାରୁ କାଶ, ଥଣ୍ଡା ଛାଡୁ ନଥିବାର ସନ୍ଦେହ କରାଯାଇଛି। କରୋନା ଆଶଙ୍କା କରି ଛାତ୍ର ଜଣକ ନିଜେ ସିଡିଏମ୍ଙ୍କୁ ଚିଠି ଲେଖିଥିଲେ । ଚିଠି ପାଇବା ପରେ ଯୁବକଙ୍କୁ ଏସ୍ସିବି ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଚୀନ୍ରେ କରୋନା ଭୟଙ୍କର ହୋଇଥିବାବେଳେ ଏଥିରେ ୨୦୦ରୁ ଊର୍ଦ୍ଧ୍ବ ମୃତ୍ୟୁବରଣ କରିଥିବାବେଳେ ଦଶ ହଜାର ଲୋକ ଏହାର ସଂକ୍ରମଣରେ ଆସିଯାଇଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହାକୁ ଗ୍ଲୋବାଲ୍ ହେଲ୍ଥ ଇମର୍ଜେନ୍ସି ଘୋଷଣା କରିସାରିଛି । କରୋନା ଭାଇରସ୍ ଚୀନ୍ ବ୍ୟତୀତ ୧୮ଟି ଦେଶକୁ ବ୍ୟାପିସାରିଲାଣି ।


