କନ୍ଧମାଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଲା ସମୀକ୍ଷା ପରେ ଜଣଙ୍କୁ ନେଇ ଚିନ୍ତାଘାରିଲା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଗୋଟିଏ ଦିନରେ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଜିଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି। ଚିହ୍ନଟ ୭ଜଣଙ୍କ ମଧ୍ୟରୁ ୬ ଜଣ ତାମିଲନାଡୁ ଫେରନ୍ତା। ସେମାନେ ଫିରିଙ୍ଗିଆ ବ୍ଲକ ରତଙ୍ଗସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିଲେ। ଅନ୍ୟ ଜଣକ ଉକ୍ତ ଅସ୍ଥାୟୀ କେନ୍ଦ୍ରର ସ୍ବେଚ୍ଛାସେବୀ। ସେ ବାହାରେ ବୁଲାବୁଲି କରିଥିବା ଜଣାପଡ଼ିବା ପରେ ପ୍ରଶାସନର ଚିନ୍ତା ବଢ଼ିଛି। ବିଡିଓଙ୍କ ନେତୃତ୍ୱରେ ମେଡିକାଲ ଟିମ୍‌ ଗଠନ କରାଯାଇ ଆଖପାଖ ଗ୍ରାମରେ ଲୋକଙ୍କୁ ସେହି ଆକ୍ରାନ୍ତଙ୍କ ଯାତାୟାତ ବିଷୟରେ ପଚରାଉଚରା କରାଯାଉଛି। ଜିଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସଂକ୍ରମିତ ୬ ଜଣ ପୂର୍ବ ସଂକ୍ରମିତ ୨ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି। ସମସ୍ତ ସଂକ୍ରମିତ ପୁରୁଷ। ସେମାନଙ୍କ ମଧ୍ୟରୁ ୨ ଜଣ ୨୬ ବର୍ଷର, ଅନ୍ୟମାନେ ୩୮, ୩୪, ୨୮, ୨୩ ଓ ଜଣେ ୧୬ ବର୍ଷର। ସମସ୍ତଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ପଠାଯାଇଛି। ସମ୍ପୃକ୍ତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସିଲ୍‌ କରାଯିବା ସହ ତାହାକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ମଙ୍ଗଳବାର ସୁଦ୍ଧା ଦେଶର ୧୭ ରାଜ୍ୟରୁ ମୋଟ ୨୮୭୬ ଜଣ ପ୍ରବାସୀ ଜିଲାକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୫୨୯ ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିବାରୁ ହୋମ୍‌ କ୍ୱାରାଣ୍ଟାଇନ୍‌ ପାଇଁ ଘରକୁ ପଠାଇ ଦିଆଯାଇଛି। ଅନ୍ୟ ୨୩୪୭ ଜଣ ଜିଲାର ୪୮ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଛନ୍ତି। ପରୀକ୍ଷା ପାଇଁ ଅଦ୍ୟାବଧି ପଠାଯାଇଥିବା ୧୪୫୯ ନମୂନା ମଧ୍ୟରୁ ମଙ୍ଗଳବାର ସୁଦ୍ଧା ୧୩୨୯ଟି ନମୁନାର ରିପୋର୍ଟ ଆସିଛି। ସେଥିମଧ୍ୟରୁ ୧୩ଟି ପଜିଟିଭ୍‌ ଥିବାବେଳେ ୧୩୧୬ ନେଗେଟିଭ୍‌ ବୋଲି ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ସୂଚନା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ