କନ୍ଧମାଳରେ ଗାନ୍ଧୀ ଆସୁଛନ୍ତି ନାଟକର ବହିପୂଜନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ରାଜ୍ୟ ସଂଗୀତ ନାଟକ ଏକାଡେମୀ ଏବଂ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦  ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ରାଜ୍ୟରେ ଗାନ୍ଧୀଜୀଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ନାଟକ ମଞ୍ଚସ୍ଥ ହେଉଥିବା ବେଳେ କନ୍ଧମାଳରେ ମଧ୍ୟ ଗାନ୍ଧୀଆସିଛନ୍ତି ଓଡିଶା ନାଟକର ବହି ପୂଜନ କାର୍ଯ୍ୟକ୍ରମ ଶେଷ ହୋଇଛି l ଏହି ନାଟକକୁ ଜ଼ିଲ୍ଲା ପାରମ୍ପରିକ ଲୋକକଳା ସଂଘ ଓ ଫିରିଙ୍ଗିଆ ସାଂସ୍କୃତିକ କଳାପରିଷଦ ର କଳାକାର ମିଳିତ ଭାବେ ନାଟକ ପରିବେଷଣ କରିବେ l ନାଟକର ନିର୍ଦେଶନା ଭାର ସମ୍ଭାଳିଛନ୍ତି ପ୍ରସିଦ୍ଧ ନାଟ୍ୟ ନିର୍ଦେଶକ ମାଧବ ସାହୁ l ବହି ପୂଜନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫିରିଙ୍ଗିଆ ବ୍ଲକ ଅଧକ୍ଷ ଲାଲନନ୍ଦ ପ୍ରଧାନଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୁବ କବି ଦଶରଥ ହେମ୍ବ୍ରମ ପାରମ୍ପରିକ ଲୋକକଳାକାର ସଂଘର ସଭାପତି ଅକ୍ଷୟ କର୍ଣ୍ଣ ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା, ସୁବ୍ରତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l ଆଗାମୀ ମାର୍ଚ୍ଚ ୨୩  ତାରିଖ ଦିନ ଜ଼ିଲ୍ଲା ସଦର ମହକୁମା ଠାରେ ନାଟକ ମଞ୍ଚସ୍ଥ ହେବ ବୋଲି ପାରମ୍ପରିକ ଲୋକ କଳାକାର ସଂଘର ସଭାପତି ଅକ୍ଷୟ କର୍ଣ୍ଣ ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ