କନ୍ଧମାଳରେ ଗୋଟିଏ ଦିନରେ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ସାମାଜିକ ଦୂରତ୍ୱକୁ ମାନୁ ନାହାନ୍ତି ଲୋକେ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର କନ୍ଧମାଳରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଲୋକେ କୋଭିଡ ନିୟମ ଓ କଟକଣାକୁ ମାନୁନଥିବା ଦେଖିବାକୁ ମିଳୁଛି l ଯାହା ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୮୮ ରେ ପହଞ୍ଚିଛି। ଯେଉଁ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେମାନ ବିଭିନ୍ନ ରାଜ୍ୟ ଯଥା, ଆନ୍ଧ୍ର ପ୍ରଦେଶ, କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତ୍ରିପୁରା, ଗୋଆ, ଓ ହରିୟାଣl ଅଞ୍ଚଳ ରୁ ଫେରନ୍ତାବୋଲି ଜଣାପଡିଛି l ସେମାନେ ବିଭିନ୍ନ ସଂଙ୍ଗରୋଧ କେନ୍ଦ୍ରରେ ଥିବା ସୂଚନା ମିଳିଛି l ଫେରିଥିବା ବେଳେ ସେମାନଙ୍କର ବୟସ ୧୮ ବର୍ଷ ଠାରୁ ୫୯ ବର୍ଷ ଭିତରେ ଥିବାର ଜଣାଯାଇଛି | ସେମାନଙ୍କୁ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ଓ କୋଭିଡହସ୍ପିଟାଲ ଫୁଲବାଣୀରେ ରଖାଯାଇଥିଲା। ଅନ୍ୟ ଚାରି ଜଣ କୋଭିଡ଼ ଯୋଦ୍ଧା ବୋଲି ଜଣାପଡିଛି | ଏମାନେ ସମସ୍ତେ ଘୁ. ଉଦୟଗିରି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ | ସେମାନଙ୍କଠାରୁ ସ୍ୱାବ୍ ସଂଗ୍ରହ କରାଯାଇଥିବା ବେଳେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏମାନଙ୍କ ଭିତରେ ୨୧ଜଣ ପୁରୁଷ ଥିଲା ବେଳେ ଜଣେ ସ୍ତ୍ରୀ ଲୋକ ଅଛନ୍ତି | ଜିଲ୍ଲାରୁ ୨୫ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ବର୍ତ୍ତମାନ ଜିଲ୍ଲାର ୬୩ ଜଣ ଚିକିତ୍ସାଧୀନ ଅଛନ୍ତି ବୋଲି ଜ଼ିଲ୍ଲାପାଳ ଟ୍ୱିଟ ଜରିଆରେ ଜଣାଇଛନ୍ତି l