କନ୍ଧମାଳରେ ଦିନକରେ ୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲ୍ଲାରେ ଗୁରୁବାର ଦିନକରେ ୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ସଂକ୍ରମିତଙ୍କ ମଧ୍ୟରୁ ୫୦ ଜଣ ପୁରୁଷ ଥିବାବେଳେ ୨୪ ଜଣ ମହିଳା ଅଛନ୍ତି। ଫୁଲବାଣୀ ବ୍ଲକରୁ ୫ , ଜି ଉଦୟଗିରିରିରୁ ୭, ଦାରିଙ୍ଗିବାଡିରୁ ୧୪, କେ ନୂଆଗାଁରୁ ୮, କୋଟଗଡ଼ରୁ ୮, ତୁମୁଡିବନ୍ଧରୁ ୭, ରାଇକିଆରୁ ୧ ଓ ବାଲିଗୁଡାରୁ ୨୪ ସଂକ୍ରମିତ ହୋଇଛନ୍ତି। ସମସ୍ତ ଚିହ୍ନଟଙ୍କୁ ବିଭିନ୍ନ କୋଭିଡ୍ କେୟାର ସେଣ୍ଟର ଓ ଫୁଲବାଣୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଦାରିଙ୍ଗବାଡ଼ିର ୧୪ଜଣଙ୍କ ମଧ୍ୟରୁ୧୦ ଜଣ କରୋନା ଯୋଦ୍ଧା ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ୭୭୨ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪୨୮ ଜଣ ସୁସ୍ଥ ହୋଇଛନ୍ତି। ୩୪୧ ଜଣ ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ