କନ୍ଧମାଳରେ ନୂତନ ପିଡ଼ି-ଡିଆରଡିଏଙ୍କ ଯୋଗଦାନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ନୂତନ ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ଭାବେ ବରିଷ୍ଠ  ଓଏଏସ ଅଫିସର ବିଶ୍ୱରଞ୍ଜନ ନାୟକ ଦାୟିତ୍ୱ  ଗ୍ରହଣ କରିଛନ୍ତି। ସେ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ରେ ଥିବା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ । ଦାୟିତ୍ଵ ଗ୍ରହଣ ପରେ ବିଭିନ୍ନ କର୍ମଚାରୀ ସଂଗଠନ, ଡିଆରଡିଏ କର୍ମଚୀରୀ,ସମସ୍ତ ବିଡିଓ, ଗ୍ରାମସେବକ ସଂଘ, ରାଜନୈତିକ ନେତା ପ୍ରମୁଖ ଅଫିସରେ ଭେଟି ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। ସୂଚନା ଯୋଗ୍ୟ ଯେ, ନାୟକ ଏଥି ପୂର୍ବରୁ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଉପ ଜିଲ୍ଲାପାଳ ଥିଲେ। ସେ ୫ ବର୍ଷ ତଳେ ଫୁଲବାଣୀ ସଦର ବ୍ଲକର ବିଡିଓ ଭାବେ ବେଶ ଦକ୍ଷତାର ସହ କାର୍ଯ୍ୟ କରି ପ୍ରଶସିଂତ ହୋଇଥିଲେ।ବର୍ତ୍ତମାନ ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ଭାବେ ସରକାର ପୁଣି ଥରେ କନ୍ଧମାଳରେ କାର୍ଯ୍ୟ କରିବା ଲାଗି ସୁଯୋଗ ଦେଇଛନ୍ତି। ଏଣୁ ସେ ନିଷ୍ଠା ଓ ଆନ୍ତରିକତା ର ସହ କନ୍ଧମାଳ ଜିଲ୍ଲାର ବିକାଶ ଉପରେ ଗୁରୁତ୍ଵ ଦେବେ ବୋଲି କହିଛନ୍ତି । ବିଶେଷକରି ଗ୍ରାମାଞ୍ଚଳ 6ର ଗମନାଗମନର ସୁବ୍ୟବସ୍ଥା, ସ୍ଵଛ ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଭିତ୍ତିରେ ହାତକୁ ନେବେ ବୋଲି କହିଛନ୍ତି । ଏହାବ୍ୟତିତ ସରକାରଙ୍କ ସମସ୍ତ ଜନହିତକର କାର୍ଯ୍ୟକ୍ରମ ର ସୁଫଳ ଯେପରି ଲୋକଙ୍କ ନିକଟରେ ପହଞ୍ଚିପାରିବ  ସେ ଦିଗରେ ମଧ୍ୟ ଦୃଷ୍ଟି ଦେବେ ବୋଲି କହିଛନ୍ତି । ବ୍ଲକ ଓ ପଞ୍ଚାୟତରେ କରାଯାଉଥିବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟରେ ଯେପରି ଶତ ପ୍ରତିଶତ ସ୍ୱଛତା ରହିବ ସେ ଦିଗରେ ମଧ୍ୟ ସ୍ଵତନ୍ତ୍ର ଦୃଷ୍ଟିଦେବେ ବୋଲି କହିଛନ୍ତି ନବ ନିଯୁକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ନାୟକ  l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ