କନ୍ଧମାଳରେ ବିଶ୍ୱ ଫଟୋଗ୍ରାଫର ଦିବସ ପାଳିତ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫଟୋଗ୍ରାଫର ସଂଘ ପକ୍ଷରୁ ବିଶ୍ୱ ଫଟୋଗ୍ରାଫର ଦିବସ ଫୁଲବାଣୀରେ ପାଳିତ ହୋଇ ଯାଇଛି। କୋଭିଡ୍ ନିୟମକୁ ଦୃଷ୍ଟିରେ ରଖି ସଂଘର ସଦସ୍ୟମାନେ ମୁହଁରେ ମାସ୍କ ଲଗାଇ ପ୍ରଥମେ ଗାନ୍ଧି ଛକଠାରେ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଜିଲ୍ଲାରେ ଫଟୋଗ୍ରାଫରମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରାଯାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଫଟୋଗ୍ରାଫର ବାଦଲ କୁମାର ସାହୁ ଓ ରାଜେଶ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଏଥିରେ ଜିଲାର ବିଭିନ୍ନ ଅଞ୍ଚଳରେ ଫଟୋଗ୍ରାଫରମାନେ ଯୋଗ ଦେଇଥିଲେ।


